jayashree

ବରିଷ୍ଠ କିରାଣୀ ମାନଭଞ୍ଜନ ପଟ୍ଟନାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ବରିଷ୍ଠ କିରାଣୀ ମାନଭଞ୍ଜନ ପଟ୍ଟନାୟକ ଅବସର ଗ୍ରହଣ କରିଛନ୍ତି । ସେ ଦୀର୍ଘ ୩୦ ବର୍ଷ ୯ ମାସର ସରକାରୀ ସେବା ସମାପ୍ତ କରି ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ତାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ସଭାରେ ଅଧ୍ୟକ୍ଷତା କରି ଶ୍ରୀ ପଟ୍ଟନାୟକଙ୍କ ଦୀର୍ଘ ବର୍ଷ ଧରି ସରକାରୀ ସେବା ଯୋଗାଇଥିବା ପାଇଁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଅବସର ଜୀବନ ସୁଖମୟ ଓ ଶାନ୍ତିପୂର୍ଣ୍ଣ ହେଉ ବୋଲି କାମନା କରିଥିଲେ । ସଭାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରୀତି ସୁନା, କ୍ରୀଡ଼ା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ, ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବୀଣାପାଣି ମିଶ୍ର, ଡେପୁଟି କଲେକ୍ଟର (ନିର୍ବାଚନ) କ୍ଲିଣ୍ଟନ ସାହୁ, ଡେପୁଟି କଲେକ୍ଟର ମନୋରଞ୍ଜନ ବଘାର, ସହକାରୀ କଲେକ୍ଟର ପ୍ରିୟଦର୍ଶିନୀ ସାହୁ, ସହକାରୀ କଲେକ୍ଟର ଜ୍ୟୋତି ମଲ୍ଲିକ ଏବଂ ସହକାରୀ କଲେକ୍ଟର ସତ୍ୟବ୍ରତ ସାହୁଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ପଟ୍ଟନାୟକଙ୍କୁ ବିଦାୟ ଜଣାଇବା ସହ ଅବସର ଜୀବନ ପାଇଁ ଶୁଭକାମନା ଜଣାଇଥିଲେ । ସଭା ପରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ତାଙ୍କୁ ସାଦରର ସହ ତାଙ୍କ ବାସଭବନ ପର୍ଯ୍ୟନ୍ତ ନେବା ସହ ବିଦାୟ ଜଣାଇଥିଲେ ଏବଂ ଜୀବନ ସୁଖମୟ, ସୁସ୍ଥ ଓ ଆନନ୍ଦମୟ ହେଉ ବୋଲି ଶୁଭେଚ୍ଛା ଜଣାଇଥିଲେ ।

Leave A Reply

Your email address will not be published.