oom

ବଲାଙ୍ଗିର ଜିଲ୍ଲାରୁ ଆଜି ୭୮ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୩୯

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରୁ ୭୮ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୩୯ ଜଣ ସଂକ୍ରମଣର ଶିକାର ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ତେବେ ବଲାଙ୍ଗିର ପୌରାଂଚଳର ୱାଡର଼୍ ନଂ.୨ରୁ ୨, ୫ରୁ ୧, ୮ରୁ ୧, ୯ରୁ ୧୮, ୧୦ରୁ ୨, ୧୫ରୁ ୩, ୧୮ରୁ ୩, ୧୯ରୁ ୫, ୨୦ରୁ ୩ ଏବଂ ୨୧ରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଟିଟିଲାଗଡ଼ ପୌରାଂଚଳ ୱାଡର଼୍ ନଂ.୧୦ରୁ ଜଣେ ସଂକ୍ରମିତ ହୋଇଛନ୍ତି । ଗ୍ରାମାଂଚଳର ଆଗଲପୁର ବ୍ଲକ୍‌ ଆଗଲପୁର ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ବ୍ଲକ୍‌ ବିର୍‌ହିପାଲିରୁ ଗ୍ରା.ପ.ରୁ ୨, ସିନ୍ଧେକେଲା ଗ୍ରା.ପ.ରୁ ୩, ଖପ୍ରାଖୋଲ ବ୍ଲକ୍‌ ମହରାପଦର ଗ୍ରା.ପ.ରୁ ୬, ଲାଠୋର ଗ୍ରା.ପ.ରୁ ୧, ଦମେଇପାଲି ଗ୍ରା.ପ.ରୁ ୭, ବଲାଙ୍ଗିର ବ୍ଲକ୍‌ ଚୁଡ଼ାପାଲି ଗ୍ରା.ପ.ରୁ ୨, ସଦେଇପାଲି ଗ୍ରା.ପ.ରୁ ୧, ଚିକଲବାହାଲ ଗ୍ରା.ପ.ରୁ ୧, ଛତାମଖନା ଗ୍ରା.ପ.ରୁ ୧, ପୁଇଁନ୍ତଲା ବ୍ଲକ୍‌ ରଣ୍ଡା ଗ୍ରା.ପ.ରୁ ୩, ପୁଇଁନ୍ତଲା ଗ୍ରା.ପ.ରୁ ୩, ମୁରିବାହାଲ ବ୍ଲକ୍‌ ମୁରିବାହାଲ ଗ୍ରା.ପ.ରୁ ୧, ତୁରେକେଲା ବ୍ଲକ୍‌ ତୁରେକେଲା ଗ୍ରା.ପ.ରୁ ୧, ଟିଟିଲାଗଡ଼ ବ୍ଲକ୍‌ ନାରେନ ଗ୍ରା.ପ.ରୁ ୧, ପାଟଣାଗଡ଼ ଏନ୍‌ଏସି. ୱାଡର଼୍ ନଂ. ୧୫ରୁ ୧, ୩ରୁ ୧ ଓ ୫ରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଆଜିର ତାଲିକାରେ ଅନ୍ୟ ଜିଲ୍ଲାରେ ଜଣେ ସାମିଲ୍‌ ରହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ୩୩୯୭ ଜଣ ପଜିଟିଭ୍‌ ବାହାରିଥିବା ବେଳେ ଏକ୍‌ଟିଭ୍‌ ଅଛନ୍ତି ୮୧୮ ଜଣ । ୨୫୬୫ ଜଣ ସୁସ୍ଥ ହୋଇଥିବା ସୂଚନାରେ କୁହାଯାଇଛି ।

jittmm
Leave A Reply

Your email address will not be published.