ls

ଅଜ୍ଞାତ ବ୍ୟକ୍ତିର ଛୁରା ମାଡ଼ରେ ବାପା ପୁଅ ଆହତ

a12

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ସନ୍ଧ୍ୟା ୬ଟା ସମୟରେ ଟିଟିଲାଗଡ କଲେଜ ଛକ ନିକଟରେ ଜଣେ ବ୍ୟକ୍ତିଙ୍କ ଘରକୁ ପଶି ଏକ ଦୁର୍ବୃତ୍ତ ଗୋଟିଏ ପରିବାର ଉପରେ ଅତର୍କିତ ଆକ୍ରମଣ କରିଛି । ଟିଟିଲାଗଡ ଡି ଏ ଭି କଲେଜ ଛକ ନିକଟରେ ରହୁଥିବା ଧରଣୀଧର ବେହେରା ନାମକ ଏକ ଶିକ୍ଷକଙ୍କ ଘରକୁ ପଶି ତାଙ୍କ ସହିତ ତାଙ୍କ ସ୍ତ୍ରୀ ଖଗେଶ୍ୱରି ବେହେରାଙ୍କ ଉପରେ ଆକ୍ରମଣ କରି ଛୁରା ମାଡ଼ କରିଛି ଦୁର୍ବୃତ୍ତ । ଆକ୍ରମଣ ହେବା ସମୟରେ ଧରଣୀଧର ବେହେରାଙ୍କ ପୁଅ କୁନାଲ ବେହେରା ଘରକୁ ପହଂଚି ଦୁର୍ବୃତ୍ତକୁ ଛଡ଼ାଇ ଥିବାରୁ ତାଙ୍କୁ ମଧ୍ୟ ପେଟରେ ଛୁରା ମାଡ଼ କରିଛି । ଆକ୍ରମଣକାରୀ ଆଘାତ କରି ଫେରାର ମାରିଥିବା ବେଳେ ଧରଣୀଧର ବେହେରାଙ୍କୁ ତାଙ୍କ ପୁଅ ଓ ଅନ୍ୟାନ୍ୟ ମାନେ ଟିଟିଲାଗଡ ଉପ ଖଣ୍ଡିୟ ଡାକ୍ତରଖାନାକୁ ଆଣିଛନ୍ତି । ଖବର ସଂଗ୍ରହ ହେବା ପର୍ୟ୍ୟନ୍ତ ଟିଟିଲାଗଡ଼ ପୋଲିସ ଷ୍ଟେସନରେ କୌଣସି ମାମଲା ରୁଜ୍ଜୁ ହୋଇ ନ ଥିବା ଜଣାପଡିଛି ।

manabhanjan
Leave A Reply

Your email address will not be published.