pakka

ବ୍ରିଜ୍‌ରୁ ଡେଇଁଲେ ଛାତ୍ରୀ

bbehera

ବୌଦ୍ଧ : ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଅଞ୍ଚଳର ମହାନଦୀ ବ୍ରିଜ୍‌ରେ ସାଇକେଲ ରଖି ନଦୀକୁ ଡେଇଁଲେ କଲେଜ ଛାତ୍ରୀ । ମଡେଲ ଡିଗ୍ରୀ କଲେଜର ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ପ୍ରାୟ ୧ କି.ମି. ପରେ ଜୀବନ୍ତ ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଦେହରେ ଆଘାତ ଲାଗିଥିବା ଓ ଅଣ୍ଟା ଭାଙ୍ଗିଥିବା ସୂଚନା ରହିଛି । ଉଦ୍ଧାର ଛାତ୍ରୀଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ନଦୀକୁ ଡେଇଁବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ବୌଦ୍ଧ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.

1 × one =