pakka

ସଂକୁଳ ସ୍ତରୀୟ ଶିଶୁ ଶିବିର

bbehera

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଦୁଇ ଦିନ ଧରି କେସିଙ୍ଗା ସଂକୁଳର ଶିଶୁ ଶିବିର ଅନୁଷ୍ଠିତ ହୋଇଯାଇଛି । ପରିଚାଳନା କମିଟି ସଭାପତି ଅଶ୍ୱିନୀ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦିବାକର ସାହୁ (ପ୍ରଧାନଶିକ୍ଷକ, ତୁଜୁଙ୍ଗ ହାଇସ୍କୁଲ), ସମ୍ମାନିତ ଅତିଥି ଭାବେ ଗୋପାଳ କୃଷ୍ଣ ମାଝୀ (ପୂର୍ବତନ ପ୍ରଧାନ ଆଚାର୍ଯ୍ୟ)ଏବଂ ମୁଖ୍ୟ ବକ୍ତା ଭାବେ କୁସୁମ ମଞ୍ଜରୀ ପଣ୍ଡା (ପରିଦର୍ଶିକା,ସମନ୍ଵିତ ଶିଶୁ ବିକାଶ) ଯୋଗ ଦେଇଥିଲେ । ସମାରୋହ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁଧାଂଶୁ ଶେଖର ପଣ୍ଡା (ଅଧ୍ୟକ୍ଷ- ମ.ରାମପୁର ମହା ବିଦ୍ୟାଳୟ), ସମ୍ମାନିତ ଅତିଥି ଭାବେ ତ୍ରିନାଥ ବିଶୋୟୀ, ମୁଖ୍ୟ ବକ୍ତା ଭାବେ ରୂପସିଂ ରାଉତ (ସଭାପତି, ଶିକ୍ଷା ବିକାଶ ସମିତି,ଦକ୍ଷିଣ ସମ୍ଭାଗ) ଉପସ୍ଥିତ ଥିଲେ । ପ୍ରଧାନାଚାର୍ଯ୍ୟ ଡ. କିଶୋର ଚନ୍ଦ୍ର ତ୍ରିପାଠୀ ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ରଜନୀକାନ୍ତ ମହାଖୁଡ ଧନ୍ୟବାଦ ଅର୍ପଣ କରିଥିଲେ । କେସିଙ୍ଗା ସଂକୁଳ ପ୍ରମୁଖ ମୋହନ ପୁଟେଲ, ସଂକୁଳ ସଂଯୋଜକ ପ୍ରବୀଣ କୁମାର ବେହେରା, ଉପସଭାପତି ଅଶୋକ ବିଶ୍ୱାଳ, କୋଷାଧ୍ୟକ୍ଷ ହେମନ୍ତ ସାହୁ ମଞ୍ଚାସୀନ ଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ଶିଶୁ ଭାଇଭଉଣୀମାନେ ଅନେକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ମାତୃ ଭାରତୀ, ପୂର୍ବ ଛାତ୍ର, ଅଭିଭାବକ, ଅଭିଭାବିକା, ଗୁରୁଜୀ, ଗୁରୁମାଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁ ରୂପେ ସଂପନ୍ନ ହୋଇଯାଇଛି ।

jay balangir
Leave A Reply

Your email address will not be published.

1 × 4 =

error: Content is protected !!