ଧାନବିକ୍ରି ପ୍ରକ୍ରିୟା ଆରମ୍ଭରୁ ଚାଷୀ ମେଳି

ବେଲପଡ଼ା, (ଅଚ୍ୟୁତ ସିପୁନ ଖମାରୀ) : ଆଜି ବେଲପଡ଼ା ବ୍ଲକ ମଧ୍ୟପୁର ପଞ୍ଚାୟତ ଅନ୍ତର୍ଗତ କେନକେବା ନିକଟସ୍ଥ ଶିବ ମନ୍ଦିର ଠାରେ ଜୟ କିଶାନ ଆନ୍ଦୋଲନ ବଲାଙ୍ଗିରର ଆହ୍ୱାନ କ୍ରମେ ଏକ ବିରାଟ ଚାଷୀ ସମ୍ମିଳନୀ ଅନୁଷ୍ଠିତ ହେଇଥିଲା । ଏଥିରେ ପଶ୍ଚିମ ଓଡ଼ିଶା କୃଷକ ସମନ୍ୱୟ ସମିତିର ଅଧ୍ୟକ୍ଷ ଲିଙ୍ଗରାଜ, ଜୟ କିଷାନ ଆନ୍ଦୋଲନର ସମ୍ପାଦକ ରମେଶ ମହାପାତ୍ର, ହର ବଣିଆଁ ପ୍ରମୁଖ ଯୋଗ ଦେଇଥିଲେ । ମଣ୍ଡି ବ୍ୟବସ୍ଥାକୁ ବଲାଙ୍ଗିର ଜିଲ୍ଲାରେ ଭଲ ଭାବେ କାର୍ୟ୍ୟକାରୀ କରେଇବା ପାଇଁ ଚାଷୀ ସଙ୍ଗଠନ ଅଣ୍ଟା ଭିଡ଼ିବା ସହିତ କଟନି-ଛଟନି ପ୍ରକ୍ରିୟା, ଟୋକନ ବ୍ୟବସ୍ଥାକୁ ବିରୋଧ କରିବା ପାଇଁ ଆନ୍ଦୋଲନ ଡାକରା ଦିଆଯାଇଛି । କପା ଚାଷରେ ସରକାରଙ୍କ କୌଣସି ପ୍ରକାର ଆନ୍ତରିକତା ଦେଖାଉନଥିବା ତଥା ଚାଷୀଙ୍କ ପାଇଁ ବିକ୍ରି ବ୍ୟବସ୍ଥା ହେଉ ନଥିବାରୁ ନିନ୍ଦା ପ୍ରସ୍ତାବ ପାରିତ କରାଯାଇଥିଲା । କୃଷି ରୁଣ ଛାଡ଼, ଜଳସେଚନ ବ୍ୟବସ୍ଥା କରିବା, କେନ୍ଦ୍ର ସରକାରଙ୍କ କୃଷିନୀତିକୁ ବିରୋଧ କରାଯାଇଥିଲା ।
ଜୟ କୋସଲ କୃଷକ ସଙ୍ଗଠନର ସଭାପତି ବିନୋଦ ମଲ୍ଲିକ ବେଲପଡ଼ା ବ୍ଲକର ଚାଷୀ ସମସ୍ୟା ଉପସ୍ଥାପନ କରିଥିବା ବେଳେ ଜୟ କିଷାନ ଆନ୍ଦୋଲନ ତରଫରୁ ଦିଲ୍ଲିପ ଠାକୁର ସ୍ୱାଗତ ଅଭିଭାଷଣ ଦେଇଥିଲେ । ପରେ ଜନାର୍ଦନ ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ସଭାରେ ବଲାଙ୍ଗିର ଜୟ କିଷାନ ଆନ୍ଦୋଲନର ଆବାହକ ସତ୍ୟ ନାରାୟଣ ବନଛୋର ଓ ପୁର୍ଣଚନ୍ଦ୍ର ବିଶ୍ୱାଳ, କୃଷକ ସେନା ପାଟଣାଗଡ଼ରୁ ଶୌରୀ ସାହୁ ପ୍ରମୁଖ ଯୋଗଦେଇଥିଲେ । ଆଗାମୀ ଦିନରେ ମଣ୍ଡି ସ୍ତରୀୟ କୃଷକ ସଙ୍ଗଠନ କରିବା ନେଇ ମତ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.