କଳାହାଣ୍ଡିର ଯୁବ ଓ ଛାତ୍ର ବିଜେଡି ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ

କଳାହାଣ୍ଡି, (ପି.କେ.ସାହୁ) : ବିଜୁ ଯୁବ ଓ ଛାତ୍ର ଜନତା ଦଳକୁ ତୃଣମୂଳ ସ୍ତରରେ ଆହୁରି ସଂଗଠିତ ଓ ମଜବୁତ କରିବା ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଜିଲ୍ଲା ପର୍ୟ୍ୟବେକ୍ଷକଙ୍କ ନାମ ରାଜ୍ୟ ଯୁବ ସଭାପତି ବ୍ୟୋମକେଶ ରାୟ ଓ ରାଜ୍ୟ ଛାତ୍ର ବିଜେଡି ସଭାପତି ଦେବୀରଂଜନ ତ୍ରିପାଠୀ ଘୋଷଣା କରିଛନ୍ତି । କଳାହାଣ୍ଡି ଜିଲ୍ଲାର ଯୁବ ଜନତା ଦଳ ରାଜ୍ୟ ଉପ ସଭାପତି ଦାୟିତ୍ୱରେ ଥିବା ମଣ୍ଟୁ ନାଏକଙ୍କୁ କୋରାପୁଟ ଜିଲ୍ଲାର ଯୁବ ପର୍ୟ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ରାଜ୍ୟ ଯୁବ ଯୁଗ୍ମ ସମ୍ପାଦକ ରବି ପଟ୍ଟନାୟକଙ୍କୁ ଯୁବ ପର୍ୟ୍ୟବେକ୍ଷକ ଓ ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ଆଶିଷ ମହାପାତ୍ରଙ୍କୁ ଛାତ୍ର ପର୍ୟ୍ୟବେକ୍ଷକ ଭାବରେ ନୂଆପଡା ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ଏହି ଘୋଷଣା ପରେ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ରାଜ୍ୟ ଛାତ୍ର ବିଜେଡି କାର୍ୟ୍ୟକାରୀ ସଭାପତି ଅବିନାଶ ଠାକୁର, ଜିଲ୍ଲା ଯୁବ ସଭାପତି ଆନଂଦ ପ୍ରକାଶ କରିଛ‌ନ୍ତି ।

Leave A Reply

Your email address will not be published.