ନିର୍ମାଣଧୀନ ଗୋଷ୍ଠୀ ଶୌଚାଳୟକୁ ଭାଙ୍ଗିଲା ଦୁର୍ବୃତ୍ତ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଜଳ ଓ ପରିମଳ ବିଭାଗ ଏବଂ ଘଣ୍ଟାପଡ଼ା ସେବା ସମବାୟ ସମିତି ତରଫରୁ ନିର୍ମାଣଧୀନ ଗୋଷ୍ଠୀ ଶୌଚାଳୟକୁ ଗତ ରାତିରେ କେଉଁ ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଜଣାଯାଇଛି । ଏହା ଜଳ ଓ ପରିମଳ ବିଭାଗ ତରଫରୁ ୨ ଲକ୍ଷ ୧୦ ହଜାର ଓ ସମବାୟ ସମିତି ତରଫରୁ ୯୦ ହଜାର ସହ ସର୍ବମୋଟ ୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେଉଥିବା ବେଳେ ଗତ ରାତିରେ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଅଭିଯୋଗ ହେଉଛି । ଏ ନେଇ ସମବାୟ ସଂପାଦକ କର୍ଣ୍ଣ ରଣାଙ୍କୁ ପଚାରିବାରୁ ପରିମଳ ବିଭାଗ ସହିତ କଥାବାର୍ତ୍ତା ପରେ ପୋଲିସରେ ଏତଲା ଦିଆଯିବ ବୋଲି କହିଛନ୍ତି । ଅନ୍ୟପଟେ ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ କୌଣସି ପ୍ରତିକ୍ରିୟା ନିଆଯାଇ ପାରିନାହିଁ ।

Leave A Reply

Your email address will not be published.