ସଇଁନ୍ତଲା କଂଗ୍ରେସ ପକ୍ଷରୁ ୩ଘଣ୍ଟା ଚକାଜାମ : ରାସ୍ତା ଅବରୋଧ ଦେଖି ଫେରିଗଲେ ଉପାଧ୍ୟକ୍ଷ ପାଣ୍ଡବ

ସଇଁନ୍ତଲା, (ଅଜିତ କୁମାର ସାହୁ) :ଦିନକୁ ଦିନ କେନ୍ଦ୍ର ସରକାର ବିଭିନ୍ନ ଦରବୃଦ୍ଧି ବଢ଼ାଇ ଚାଲିଛନ୍ତି ଯାହା ଫଳରେ କୃଷକ ଉପରେ ଚିନ୍ତାର କାରଣ ପାଲଟିଛି । ତେବେ କେନ୍ଦ୍ର ସରକାରଙ୍କ କୃଷି ବିଲ ପ୍ରତ୍ୟାହାର ଦାବୀରେ ଆଜି ପୂର୍ବ ତନ ମନ୍ତ୍ରୀ ତଥା କଂଗ୍ରେସ ଦଳର ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇଙ୍କ ନେତୃତ୍ୱରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଜାତୀୟ ରାଜପଥ ୨୬କୁ ଅବରୋଧ କରିଥିଲେ ।ଫଳରେ ଯାତାୟାତ ୩ ଘଣ୍ଟା ଧରି ବନ୍ଦ ହୋଇ ଥିଲା । ତେବେ ଗାଡି ମଟର ଚଳାଚଳ ବନ୍ଦ ଥିବା ବେଳେ ସେହି ରାସ୍ତା ଦେଇ ଆସୁଥିଲେ ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବ ସାହୁ । ହେଲେ ତାଙ୍କୁ ମଧ୍ୟ ଛଡା ଯାଇ ନଥିବା ବେଳେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ହେଲେ ରାସ୍ତା ମଝିରେ ଏ ପାଖକୁ ସେ ପାଖ କୁ ହୋଇ ଥିବା ନେଇ ଶ୍ରୀ ସାହୁଙ୍କୁ ଲୋକେ ଅନାଇ ଚାହୁଁଥିଲେ । ଅନ୍ୟପଟେ ପୂର୍ବତନ ମନ୍ତ୍ରୀ ଶ୍ରୀ ଭୋଇ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ କୃଷି ବିଲ ଆଇନକୁ ମୁଁ ତୀବ୍ର ବିରୋଧ କରୁଛି ତେବେ କାହିିଁକି ସରକାର ଦିନକୁ ଦିନ ଏଭଳି ଆଇନ ପ୍ରଣୟନ କରିଛନ୍ତି, ବିଭିନ୍ନ ଦର ବୃଦ୍ଧି ମଧ୍ୟ ବଢ଼ାଇ ଚାଲିଛନ୍ତି, ତେଣୁ କରି ଆଗାମୀ ଦିନରେ ରାଜରାସ୍ତା ନିଆଁ ଜଳିବାର ସ୍ବଭାବିକ ବୋଲି କେନ୍ଦ୍ର ସରକାରଙ୍କ ଉପରେ ବର୍ଷଥିଲେ । ଏଥିରେ ଶ୍ରମିକ ନେତା କୃଷ୍ଣଚନ୍ଦ୍ର ସାହୁ, ଜିଲ୍ଲା ଚାଷୀ ମୂଲିଆ ସଂପାଦକ ପ୍ରେମ ଭୋଇ, ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝି, ଟିଟିଲାଗଡ଼ ମିଡିଆ ସେଲ ସଂଯୋଜନା ସୁବ୍ରତ ବେହେରା, ମିନିକେତନ ସେଠ, ବ୍ଳକ କଂଗ୍ରେସ କୋଷାଧ୍ୟକ୍ଷ ଦୀପକ ଅଗ୍ରୱାଲ, ଦୁଃଖୀ ଶ୍ୟାମ ସାହୁ, ସତ୍ୟ ପଣ୍ଡା, ପୂର୍ବତନ ସରପଞ୍ଚ ମକୁନ୍ଦ ନାଗ, ଗଦାଧର ସାହୁ, ବିନେଶ ଗହୀର ପ୍ରମୁଖ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.