csstore

ଆଦର୍ଶ ସାଂସ୍କୃତିକ ସଂଘର ବୃକ୍ଷରୋପଣ ମହୋତ୍ସବ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ଼ ଉପଖଣ୍ଡ ନରେନ୍ ଗ୍ରାମର ଆଦିଶକ୍ତି ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଆଦର୍ଶ ସାଂସ୍କୃତିକ ସଂଘ ତରଫରୁ ବୃକ୍ଷରୋପଣ ମହୋତ୍ସବ ପାଳନ ହୋଇଯାଇଛି । ବଲାଙ୍ଗିର ନେହେରୁ ଯୁବକ ସଂଘର ନିର୍ଦ୍ଦେଶରେ ଟିଟିଲାଗଡ ବ୍ଲକ ଭଲେଣ୍ଟିଅର୍ ସରୋଜ ପୁଝାରୀ ଓ କିରଣ ଭୋଇଙ୍କ ନେତୃତ୍ୱରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଟିଟିଲାଗଡ ତହସିଲଦାର ତଥା ଭରପ୍ରାପ୍ତ ଉପଜିଲ୍ଲାପାଳ ପ୍ରେମଲାଲ ହୀଆଲ, ବିଡିଓ ନବୀନ କୁମାର ନାୟକ, ଟିଟିଲାଗଡ ବନ ସଂରକ୍ଷଣର ରେଞ୍ଜର ଅମରିଶ ବୁଡେକ, ରେଞ୍ଜର ମନଫୁଲ ଭୋଇ, ସମାଜ ସେବୀ ସୁରେନ୍ଦ୍ର ରଣା, ଟିଟିଲାଗଡ ଥାନା ଅଧିକାରୀ ରଞ୍ଜନ ବରିହା ପ୍ରମୁଖ ଉପସ୍ଥିତ ରହି ସ୍ଵହସ୍ତରେ ବୃକ୍ଷରୋପଣ କରିଥିଲେ । ଆଦର୍ଶ ସାଂସ୍କୃତିକ ସଂଘର ସଭାପତି ଥବିର ପୁଝାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ସାମ୍ବାଦିକ ଜଗଦୀଶ ଜୈନ ମୁଖ୍ୟ ଅତିଥି, ବ୍ୟଙ୍ଗ କବି ଟିକେଲାଲ ବେହେରା ମୁଖ୍ୟ ବକ୍ତା, ସରପଞ୍ଚ ଗୋଲକ ସିଂହ ଭୋଇ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହେଶ୍ୱରୀ ମାଝୀ, ଅନେକ ପୁରୁଷ, ମହିଳା, ଶିଶୁ ଓ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.