oom

ବ୍ରଜ କିଶୋର ସିଂ ଭୋଇଙ୍କ ବିୟୋଗରେ ଶୋକସଭା

jsmm

ଟିଟିଲାଗଡ, (ଗୌରବ ଦର୍ଜୀ) : ଉତ୍କଳ କନ୍ଧ ସମାଜ ଟିଟିଲାଗଡ ଟୁପା ପ୍ରଗଣା ତରଫରୁ ସ୍ଥାନୀୟ ଘଣ୍ଟାସୁନି ମନ୍ଦିର ଠାରେ ଟୁପା ପ୍ରଗଣାର ସଭାପତି ପଦ୍ମନ ପ୍ରଧାନୀଙ୍କ ସଭାପତି‌ତ୍ୱରେ ବଲାଙ୍ଗିର ଜିଲ୍ଲାର ବରପୁତ୍ର , ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଜିଲ୍ଲା ସଭାପତି, ସଂଘର ପୂର୍ବତନ ସଇଁନ୍ତଲା ବ୍ଲକ ସଭାପତି, ଉତ୍କଳ କନ୍ଧ ସମାଜର ପୂର୍ବତନ ଶିକା ପ୍ରଗଣା ସଭାପତି, ସ୍ୱର୍ଗତ କିଶୋର ସିଂ ଭୋଇଙ୍କ ବିୟୋଗରେ ଏକ ଶୋକସଭା ପାଳିତ ହୋଇଯାଇଛି । ତାଙ୍କର ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରି ତାଙ୍କ ସ୍ମୃତିଚାରଣ କରିଥିଲେ । ‌ସ୍ୱର୍ଗତ ସିଂ ଭୋଇ କନ୍ଧ ଆଦିବାସୀ ମାନଙ୍କର ସାମୁହିକ ବିକାଶ ପାଇଁ ସାଲିସ ବିହୀନ ସଂଗ୍ରାମ ଜାରି ରଖିଥିଲେ ବୋଲି ଉପସ୍ଥିତ ଟୁପା ପ୍ରଗଣାର କନ୍ଧ ନେତା ମାନେ ମତ ଦେଇଥିଲେ । ତାଙ୍କର ଅଧୁରା ‌ସ୍ୱପ୍ନକୁ ପୁରା କରିବା ପାଇଁ ଉପସ୍ଥିତ କନ୍ଧ ମାନେ ସଂକଳ୍ପ ନେଇଥିଲେ । ଏହି ଶୋକସଭାରେ ପଦ୍ମନ ପ୍ରଧାନୀ, ଭୋଳ ଜାନି, ଚୁଡ ପୁଝାରୀ, ବନ ବିହାରୀ ପ୍ରଧାନୀ, ପରଂବ୍ରହ୍ମ ମାଝୀ, ରାଏସିଂ ପାତ୍ର, ମୁରଲୀ ପ୍ରଧାନୀ, ଦଳଗଜନ ପ୍ରଧାନୀ, ବନସିଂ ପ୍ରଧାନୀ ନିତ୍ୟାନନ୍ଦ ମାଝୀ, ଶତ୍ରୁଘ୍ନ ମାଝୀ ପ୍ରମୁଖ ଶତାଧିକ କନ୍ଧ ନେତା ମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.