pakka

ମେହେରପଡ଼ା ବିଦ୍ୟାଳୟରେ ପୁରସ୍କାର ବିତରଣୀ ଉତ୍ସବ

bbehera

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ମେହେରପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ପୁରସ୍କାର ବିତରଣୀ ଉତ୍ସବ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଅନୁଷ୍ଠିତ ହୋଇଛି । ଏନେଇ ପ୍ରଧାନ ଶିକ୍ଷୟିତ୍ରୀ ଅସ୍ମିତା ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବିଇଓ ଯତୀନ୍ଦ୍ର କୁମାର ସେଠ, ମୁଖ୍ୟ ବକ୍ତା ଏବିଇଓ ପ୍ରଭାତ କୁମାର ପାତ୍ର ଓ ସମ୍ମାନିତ ଅତିଥି ଭାବରେ ଅନ୍ୟତମ ଏବିଇଓ ପ୍ରଦୀପ କୁମାର ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ପ୍ରାରମ୍ଭରେ ଶିକ୍ଷକ ଲୋଚନ ମେହେର ଅତିଥିଙ୍କୁ ଆମନ୍ତ୍ରଣ କରିବା ସହ ମଂଚ ପରିଚାଳନା କରିଥିଲେ । ଏ ଅବସରରେ ପୂର୍ବରୁ ଅନୁଷ୍ଠିତ ଗୀତ, ବକୃତା, ପ୍ରବନ୍ଧ, କୁଇଜ୍, ଚିତ୍ରାଙ୍କନ, ଗଳ୍ପକଥନ ଆଦି ପ୍ରତିଯୋଗିତାର କୄତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ବରିଷ୍ଠ ଶିକ୍ଷକ ଲୋକନାଥ ମେହେର ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ସୁରେଂଦ୍ର କୁମାର ମିଶ୍ର, ବୈଷ୍ଣବ ମେହେର, କିଶୋର ସାହୁ, ହୄଦାନନ୍ଦ ମେହେର, ସନ୍ତୋଷ ସାହୁ ପ୍ରମୁଖଙ୍କ ସହ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ଅଭିଭାବକ, ପୂର୍ବ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ବିଶ୍ୱାମିତ୍ର ବାଗ ଓ ଶିକ୍ଷୟିତ୍ରୀ ସନ୍ତୋଷିନୀ ମେହେର ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

1 × 5 =