ଓକିଲ ସଂଘ ନିର୍ବାଚନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଓକିଲ ସଂଘର ୨୦୨୪ – ୨୫ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସିଭିଲ୍‌ କୋର୍ଟ ବାର୍ ହଲ୍‌ଠାରେ ଅନୁଷ୍ଠିତ ଏହି ନିର୍ବାଚନରେ ସଂଘର ମୋଟ୍ ୫୬୭ ସଭ୍ୟରୁ ୪୩୩ ଜଣ ସଭ୍ୟ ଭୋଟ୍ ଦେଇଥିଲେ । ଓକିଲ ସଂଘର ସଭାପତି ଭାବରେ ପୁଣି ଥରେ ଅମରେଶ କୁମାର ତ୍ରିପାଠୀ ୨୨୧ଖଣ୍ଡ ଭୋଟ୍ ପାଇ ନିର୍ବାଚିତ ହୋଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ବାସୁ ରଥ ୧୯୭ ଖଣ୍ଡ ଭୋଟ୍‌ ପାଇଥିଲେ । ପ୍ରମୋଦ କୁମାର ବହିଦାର ୧୮୪ଟି ଭୋଟ୍ ପାଇ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି । ଯୁଗ୍ମ ସମ୍ପାଦକ ଭାବେ ଶତୃଜିତ ସାହୁ ନିର୍ବାଚିତ ହୋଇଛନ୍ତି । ଉପସଭାପତି ଭାବେ ସରୋଜ କୁମାର ଗୁପ୍ତା, କୋଷାଧ୍ୟକ୍ଷ ଭାବେ ସମୀର ମିଶ୍ର ନିର୍ଦ୍ଵନ୍ଦରେ ମନୋନୀତ ହୋଇଛନ୍ତି । କାର୍ଯ୍ୟକାରୀ କମିଟିକୁ ସୌମ୍ୟ ରଞ୍ଜନ ପଣ୍ଡା, ଦୀନେଶ ନାଗ, ଶିବ ଦ୍ଵିବେଦୀ, ଦିଲୀପ ବିଶି, ଅସିତ୍ ଷଡଙ୍ଗୀ, ଏସ୍ ଶ୍ରୀନିବାସ ରାଓ, ଆର୍ତ୍ତତ୍ରାଣ ପୁରୋହିତ, ସନ୍ତୋଷ ପାଣିଗ୍ରାହୀ, ରଶ୍ମି ପଣ୍ଡା ମନୋନୀତ ହୋଇଛନ୍ତି । ନିର୍ବାଚନକୁ ନିର୍ବାଚନ ଅଧିକାରୀ ଭାବେ ଗୋପାଳ ଚନ୍ଦ୍ର ପାଣିଗ୍ରାହୀ ଦାୟିତ୍ଵ ନିର୍ବାହ କରିଥିବା ବେଳେ ନିର୍ବାଚନ ପରିଚାଳନାରେ ଆଶିଷ ପାଢୀ, ରଶ୍ମୀ ପଣ୍ଡା, ସୁଭ୍ରାଂଶୁ ବଗର୍ତ୍ତୀ, ବିବେକାନନ୍ଦ ମିଶ୍ର, ବ୍ରଜମୋହନ ମିଶ୍ର, ସୁରେନ୍ଦ୍ର ମିଶ୍ର, ଜିତେନ୍ଦ୍ର ପୁରୋହିତ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

9 + fifteen =