pakka

ଗଞ୍ଜାମ ଜିଲ୍ଲାର ବାଙ୍କେଶ୍ୱରୀଙ୍କ ପୀଠରେ ଭାରତ ସ୍କାଉଟ ଗାଇଡ଼ ପକ୍ଷରୁ ସେବା ଶିବିର ଅନୁଷ୍ଠିତ

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବଡ଼ଡ଼ୁମ୍ବୁଳା ଗ୍ରାମରେ ସୁପ୍ରସିଦ୍ଧ ମା’ ସିଦ୍ଧ ବାଙ୍କେଶ୍ୱରୀ ଦେବୀଙ୍କର ପୀଠ ପରିସରରେ ଭାରତ ସ୍କାଉଟ, ଗାଇଡ଼ ପକ୍ଷରୁ ସ୍ୱେଚ୍ଛାସେବୀମାନଙ୍କ ଦ୍ଵାରା ସେବା ଶିବିର କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଏହି ଶିବିରରେ ଖେମୁଣ୍ଡି କଲେଜ ଏବଂ ଉଦୟ ପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସ୍ୱେଚ୍ଛାସେବୀମାନେ ସକ୍ରିୟ ଅଂଶଗ୍ରହଣ କରି ସଫଳ ରୂପାୟନ କରି ଏହି ସେବା ଶିବିରକୁ ସଫଳ କରିଥିଲେ । ଓଡ଼ିଶା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ମା’ ବାଙ୍କେଶ୍ୱରୀଙ୍କ ଚୈତ୍ରପର୍ବ ଯାତ୍ରା ଅବସରରେ ଅଗଣିତ ଶ୍ରଦ୍ଧାଳୁ, ଦର୍ଶନାର୍ଥୀମାନଙ୍କୁ ସମସ୍ତ ପ୍ରକାରର ସହାୟତା ଶିବିରାର୍ଥୀ ସ୍କାଉଟ, ଗାଇଡ଼ର ରୋଭର ଲିଡ଼ରମାନେ ଯୋଗାଇ ଦେଇଥିଲେ । ରୋଭର ଲିଡ଼ର ଖେଳ ଶିକ୍ଷକ ସୁଧାଂଶୁ ମୋହନ ପ୍ରଧାନ, ପ୍ରଦୀପ କୁମାର ପ୍ରଧାନ ଏବଂ ଅନ୍ୟାନ୍ୟ ରୋଭରସ୍‌ ଲିଡ଼ମାନେ ଉପସ୍ଥିତ ରହି ମା’ଙ୍କ ଏହି ତ୍ରୟ ଦିନାତ୍ମକ ଉତ୍ସବକୁ ପରିଚାଳନା କରିଥିଲେ । ମା’ଙ୍କ ଯାତ୍ରା ଶାନ୍ତିଶୃଂଖଳାରାରେ ସମାହିତ ହେତୁ ଭାରତ ସ୍କାଉଟ, ଗାଇଡ଼ର ପ୍ରମୁଖ ସହୟତାକୁ ମା’ ବାଙ୍କେଶ୍ୱରୀଙ୍କ ଯାତ୍ରା ପରିଚାଳନା କମିଟି ପକ୍ଷରୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

jay balangir
Leave A Reply

Your email address will not be published.

13 − seven =