pakka

ଗୋଳାବାରୁଦ କାରଖାନା ଚାକିରୀ ନାଁରେ ନକଲି ନିଯୁକ୍ତି ପତ୍ର ଓ ଗେଟ୍‌ପାସ୍‌ରେ ଧରାପଡି ଜେଲ ଗଲେ ୩ ଯୁବକ : ଘଟଣା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ଜେଲରେ, ଜଣେ ଲେଖାଏଁ ଯୁବକଠାରୁ ୩ ଲକ୍ଷ ଟଙ୍କା ଆଦାୟ

bbehera

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ବଡ଼ମାଳଠାରେ ଥିବା ସର୍ବଭାରତୀୟ ପ୍ରତିରକ୍ଷା ବିଭାଗର ଗୋଳାବାରୁଦ କାରଖାନା ପରିସରରେ ଶୁକ୍ରବାର ଚାକିରୀ ଆଳରେ ନକଲି ନିଯୁକ୍ତି ପତ୍ର ଓ ସୁରକ୍ଷା ଗେଟ୍‌ପାସ୍‌ ତିଆରି କରି ୩ଜଣ ଚାକିରୀ ପାଇଁ ଯାଇଥିବା ବେଳେ କାରଖାନା ପ୍ରଶାସନିକ ଅଧିକାରୀ ଯାଞ୍ଚ ଦ୍ୱାରା ଧରାପଡିଥିଲେ । ଏ ନେଇ ସଇଁତଲା ପୋଲିସ ଥାନା କେସ୍‌ ୧୩୭ / ୨୪ ଅନୁସାରେ ଦଫା ୪୧୯. ୪୨୦. ୪୬୮. ୪୭୧. ୪୨୦ (ଈ) ଆକ୍ଟ ଏକ ମାମଲା ରୁଜୁ କରି ୩ଜଣ ଅଭିଯୁକ୍ତମାନଙ୍କୁ ସଇଁତଲା କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ନା ମଞ୍ଜୁର ହେବା ପରେ ଟିଟିଲାଗଡ଼ ଜେଲ୍‌ ହାଜତକୁ ପଠାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ହରେକୃଷ୍ଣପୁର ଗାଁର ରଞ୍ଜିତ ସାହୁ (୩୪), ଲୋହିତ ସାହୁ (୩୫) ଓ ଭବାନିପାଟଣା ଥାନା ମେଦିନୀପୁର ଗାଁର ପ୍ରଦୀପ ସାହୁ (୨୭) ବୋଲି ଜଣାପଡିଛି । ପ୍ରକାଶ ଯେ, ଗତ ଶୁକ୍ରବାର ଦିନ ବଡ଼ମାଳ କାରଖାନା ସ୍ଥିତ ଏସ୍‌ଓଏଇ ବିଭାଗରେ ଚାର୍ଜମ୍ୟାନ୍‌ ପଦବୀ ପାଇଁ ୩ ଯୁବକ ନିଯୁକ୍ତି ପତ୍ର ସହ ସୁରକ୍ଷା ଗେଟ୍‌ପାସ୍‌ ଧରି ଅଫିସ୍‌କୁ ପହଂଚିଥିଲେ । ସେଠାରେ ପ୍ରଶାସନ ତରଫରୁ ସମସ୍ତ କାଗଜପତ୍ର ଯାଞ୍ଚ କରିବା ପରେ ନକଲି ବୋଲି କାରଖାନା ମହାପ୍ରବନ୍ଧକ ପ୍ରଦୀପ ସାହୁ ଜାଣିବାକୁ ପାଇଥିଲେ । ଏହାପରେ ସଇଁତଲା ପୋଲିସର ଦ୍ୱାରସ୍ଥ ହୋଇ ଥାନାରେ ଲିଖିତ ଏତଲା ଦେଇଥିଲେ । ଏହାକୁ ଭିର୍ତ୍ତି ସଇଁତଲା ଆଇଆଇସି ସୁଶାନ୍ତ ପ୍ରଧାନଙ୍କ ତତ୍ତ୍ୱବଧାନରେ ଥାନା ସେକେଣ୍ଡ ଅଫିସର ଆଲୋକ ପ୍ରସାଦ ଭୋଇ ତଦନ୍ତ ଆରମ୍ଭ କରିଥିଲେ । ଏହି ସମୟରେ ଟିଟିଲାଗଡ଼ ଥାନା ଉଦେପୁର ଗାଁର ପ୍ରମୋଦ ସାହୁ ଜଣେ ଜଣେ ଯୁବକଙ୍କଠାରୁ ୩ଲକ୍ଷ ଲେଖାଏଁ ଟଙ୍କା ନେଇ ନିଯୁକ୍ତି ପତ୍ର ସହ ଗେଟ୍‌ପାସ୍‌ ପ୍ରଦାନ କରିଥିଲେ ବୋଲି ପୋଲିସ ଆଗରେ ପ୍ରକାଶ କରିଥିଲେ । ର୍ବମାନ ମୁଖ୍ୟ ଅଭିଯୁକ୍ତ ପ୍ରମୋଦ ଘଟଣାର କିଛି ଦିନ ଆଗରୁ ଅନ୍ୟ କୌଣସି ମାମଲାରେ କଣ୍ଟାବାଞ୍ଜି ପୋଲିସ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

4 − 2 =