pakka

ଚୋରୀ ପାଇପ୍‌ ଉଦ୍ଧାର : ଜଣେ ଗିରଫ

bbehera

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଧୀନସ୍ଥ ଘୁନସର ଗାଁରେ ଜଣେ ଚାଷୀଙ୍କ ଚାଷ ଜମିରୁ ଚୋରୀ କରିଥିବା ଅଭିଯୋଗରେ ଗତ ସେପ୍ଟେମ୍ବର ୧୭ ସଇଁତଲା ଥାନା ଲିଖିତ ଅଭିଯୋଗ ହୋଇଥିଲା । ଏ ନେଇ ପୋଲିସ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ଜାରି ରଖିଥିଲା । ଗିରଫ ଅଭିଯୁକ୍ତ ତ୍ରିଲୋଚନ ସାହୁ (୩୮) ଗ୍ରାମ ଘୁନସର ବୋଲି ଜଣାପଡିଛି । ପ୍ରକାଶ ଯେ, ଏହି ଘୁନସର ଗାଁର ପୂର୍ଣ୍ଣଚନ୍ଦ୍ର ଗହୀର ଜଣେ ଚାଷଙ୍କ ଜମିରେ ଚାଷ କରିବା ପାଇପ୍‌ ସହ ବିଭିନ୍ନ ସାମଗ୍ରୀ ରଖିଥିବା ବେଳେ ଏହାର ସୁଯୋଗ ନେଇ ଗାଁର ତ୍ରିଲୋଚନ ଚୋରୀ କରି ନେଇଥିଲା । ଏଥିରେ ସଇଁତଲା ଆଇଆଇସି ସୁଶାନ୍ତ ପ୍ରଧାନଙ୍କ ତତ୍ତ୍ୱବଧାନ ପୋଲିସ ତଦନ୍ତ ଚଲାଇ ଚୋରୀ କରିଥିବା ସାମଗ୍ରୀ ସହ ଚୋରଙ୍କୁ ଧରିବାରେ ସଫଳ ହୋଇଛି । ଏଥିରେ ପୋଲିସ ଛୋଟ ପାଇପ୍‌ ୨, ବଡ଼ ୬ ଗୋଟି, ଡ୍ରମ ୧ ଓ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର ହୋଇଛି । ଅଭିଯୁକ୍ତ ତ୍ରିଲୋଚନଙ୍କୁ ସଇଁତଲା କୋର୍ଟ ପରେ ଟିଟିଲାଗଡ଼ ଜେଲ୍‌ ହାଜତକୁ ପଠାଯାଇଛି ।

jay balangir
Leave A Reply

Your email address will not be published.

17 + seven =