
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲର ନୂତନ ତହସିଲଦାର ରୂପେ ସାହିଲ ସାହୁ ମଙ୍ଗଳବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ସେ ଏହା ପୂର୍ବରୁ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସହାୟକ ଜିଲ୍ଲାପାଳ ତଥା ପୂର୍ବରୁ ଅତାବିରା ତହସିଲଦାର ରୂପେ କାର୍ଯ୍ୟରତ ଥିଲେ । ମୁରିବାହାଲରେ ତହସିଲଦାର ଥିବା ଜଗଦୀଶ କର୍ତ୍ତାମୀଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଥିଲେ । ଶ୍ରୀ କର୍ତ୍ତାମୀଙ୍କୁ କୋରାପୁଟ ଜିଲ୍ଲା ସେମିଲିଗୁଡ଼ା ତହସିଲଦାର ରୂପେ ବଦଳି ହୋଇଛି । ଶ୍ରୀ ସାହୁ ଏଠାରେ ଯୋଗଦେବା ପରେ ତାଙ୍କୁ ଅତିରିକ୍ତ ତହସିଲଦାର ହେମନ୍ତ କୁମ୍ଭାରଙ୍କ ସହ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସ୍ୱାଗତ ସମ୍ବର୍ଦ୍ଧନା ଓ ଶ୍ରୀ କର୍ତ୍ତାମୀଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ସଭାପତି ଦୁର୍ଗାନନ୍ଦ ମହାକୁରଙ୍କ ନେତୃତ୍ୱରେ ଆସୋସିଏସନର ସମସ୍ତ ସାମ୍ବାଦିକ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।