jayashree

ପଦ୍ମପୁର ଲୋକ ମହୋତ୍ସବ କମିଟି ପକ୍ଷରୁ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କୁ ପ୍ରଥମ ନିମନ୍ତ୍ରଣ ପ୍ରଦାନ

​ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଗାମୀ ପଦ୍ମପୁର ଲୋକ ମହୋତ୍ସବକୁ ସୁରୁଖୁରୁରେ ସମ୍ପନ୍ନ କରିବା ଏବଂ ମହାପ୍ରଭୁଙ୍କ ଦିବ୍ୟ ଆଶୀର୍ବାଦ ଭିକ୍ଷା କରିବା ଉଦ୍ଦେଶ୍ୟରେ ସୋମବାର ପଦ୍ମପୁର ଲୋକ ମହୋତ୍ସବ କମିଟି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଶ୍ରୀଚରଣରେ ପ୍ରଥମ ନିମନ୍ତ୍ରଣ ପତ୍ର ଅର୍ପଣ କରାଯାଇଛି । ​ପ୍ରଥମେ ପରମ୍ପରା ମୁତାବକ ମହୋତ୍ସବ କମିଟିର ସଭାପତି ପ୍ରୀତେଶ ବହିଦାରଙ୍କ ନେତୃତ୍ୱରେ ମନ୍ଦିର ପରିସରକୁ ଯାଇଥିଲେ । ସେଠାରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯିବା ପରେ ମହାପ୍ରଭୁଙ୍କ ନିକଟରେ ନିମନ୍ତ୍ରଣ ପତ୍ର ସମର୍ପଣ କରାଯାଇ ମହୋତ୍ସବର ନିର୍ବିଘ୍ନ ପରିଚାଳନା ପାଇଁ କାମନା କରାଯାଇଥିଲା । ମନ୍ଦିରର ସେବାୟତମାନେ ମଧ୍ୟ ଏହି ନୀତିକାନ୍ତିରେ ପୂର୍ଣ୍ଣ ସହଯୋଗ କରିଥିଲେ । ​ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବ ସ୍ଥାନୀୟ କଳା, ସଂସ୍କୃତି, ଲୋକକଳା ଏବଂ ପରମ୍ପରାକୁ ପ୍ରୋତ୍ସାହିତ କରିବାରେ ଏକ ମୁଖ୍ୟ ମଞ୍ଚ ପାଲଟିବ ବୋଲି କମିଟିର ଉପଦେଷ୍ଠା ବରିଷ୍ଠ ନାଟ୍ୟକାର କେଶରଞ୍ଜନ ପ୍ରଧାନ ଓ ଅଶୋକ ବହିଦାର ମତ ରଖିଥିଲେ । ସମସ୍ତଙ୍କ ସହଯୋଗରେ ଏହି ମହୋତ୍ସବକୁ ଅତି ଭବ୍ୟ ଓ ଆକର୍ଷଣୀୟ ଭାବେ ପାଳନ କରାଯିବ ବୋଲି କମିଟିର ଆବାହକ ଅଶୋକ ମିଶ୍ର ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପଦ୍ମପୁର ଲୋକ ମହୋତ୍ସବ କମିଟିର ସଭାପତି ଶ୍ରୀ ବହିଦାରଙ୍କ ସହ ଉପ ସଭାପତି ନରେଶ ସାହୁ, ଗୁରୁ ସୁରେନ୍ଦ୍ର ସାହୁ, ଗୁରୁ ରମେଶ ଗୁର୍ଲ୍ଲ ,ହରିଶଙ୍କର ସିଂ, ଅମିତ୍ ଗର୍ଗ, ସୋମେଶ ମହାନ୍ତି, ଟେନେଶ ପଣ୍ଡା, ମଣିଷ ରଥ, ଦିନେଶ ବାରିକ, ଚନ୍ଦନ ବଂଶଲ ଓ ସୂରଜ ସୁନା ପ୍ରମୁଖଙ୍କ ସହ ସ୍ଥାନୀୟ ବୁଦ୍ଧିଜୀବୀ, କଳାକାର ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.