pakka

ସରକାରୀ ଉଚ୍ଚ ପ୍ରଥମିକ ବିଦ୍ୟାଳୟ ତେମେରୀର ବାର୍ଷିକ ଉତ୍ସବ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟେମରୀର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ପାଇକମାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ୱାଦଶ କୁମାର ପ୍ରଧାନ (ରାଜ୍ୟପାଳ ପୁରସ୍କାର ପ୍ରାପ୍ତ) ମୁଖ୍ୟବକ୍ତା ଭବେ ସନ୍ତୋଷ ସିଂ ଠାକୁର, ଓଡ଼ିଆ ଅଧ୍ୟାପକ ମାଣ୍ଡୋସିଲ ମହାବିଦ୍ୟାଳୟ ମାଣ୍ଡୋସିଲ ଓ ସମ୍ମାନିତ ଅତିଥି ଭାବେ ପ୍ରେମାନନ୍ଦ ବାରିକ ଅବସର ପ୍ରାପ୍ତ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ, ପାଇକମାଲ ଓ ଚୈତନ୍ୟ ଭୋଇ ସହ ପ୍ରଧାନ ଆଚାର୍ଯ୍ୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ଯୋଗଦାନ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ଯୁଧିଷ୍ଠିର ଯୋଶୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହକାରୀ ଶିକ୍ଷକ ଉପେନ୍ଦ୍ର ପ୍ରଧାନ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ ଏବଂ ସହକାରୀ ଶିକ୍ଷକ ନାରାୟଣ ମେହେର ମଞ୍ଚ ପରିଚାଳନା କରିଥିଲେ । ମଂଚାସୀନ ଅତିଥିଗଣ ଓ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲଳିତ ମୋହନ ଭୋଇଙ୍କ ଅଭିଭାଷଣ ପରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପରିଶେଷରେ ଶିକ୍ଷକ ନାରାୟଣ ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

one × four =