ପ୍ରେମ ପ୍ରତାରଣାର ଶିକାର ହେଲେ କିନ୍ନର

ବଲାଙ୍ଗିର, (କେପିଏନ୍‌ଏସ୍‌) : କିନ୍ନରଙ୍କ ସହ ପ୍ରେମ ସମ୍ପର୍କ ମାହାଙ୍ଗା ପଡ଼ିଲା । ପ୍ରଥମେ କିନ୍ନରଙ୍କୁ ପ୍ରେମ ବିବାହ ପରେ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି । ଏନେଇ କିନ୍ନର ଜଣକ ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ ହୋଇଛି । କିନ୍ନରଙ୍କ ଲିଖିତ ଅଭିଯୋଗ ପରେ ବଲାଙ୍ଗିର ପୋଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରୁଛି । ଅଭିଯୋଗକାରୀ କିନ୍ନର ଜଣକ ହେଲେ ସମ୍ବଲପୁର ଜିଲ୍ଲା ରେଙ୍ଗାଲିର ରମାକାନ୍ତ ସାହୁ, ଡାକ ନାଁ ପ୍ରିୟା । କିନ୍ନରଙ୍କ କହିବା ଅନୁଯାୟୀ ୨୦୧୩ ମସିହାରୁ ସମ୍ବଲପୁରରେ ତାଙ୍କର ଏକ ଯୁବକଙ୍କ ସହ ବନ୍ଧୁତା ହୋଇଥିଲା । ସେ ଯୁବକ ଜଣକ ହେଲ ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ଜୁହ୍ନାଡିହି ପଡ଼ାର ପ୍ରଫୁଲ୍ଲ ପାତ୍ର, ଡାକ ନାଁ ପେଟୁ । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହାପରେ ଦୁହେଁ ସମ୍ବଲପୁରରେ ଲିଭ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିଲେ । ପରେ ପ୍ରେମ ସମ୍ପର୍କ ବିବାହ ବନ୍ଧନରେ ପରିଣତ ହୋଇଥିଲା । ସେମାନେ ସମ୍ବଲପୁର ସମଲେଶ୍ୱରୀ ମନ୍ଦିରରେ ବିବାହ କରିଥିଲେ । ଦୁଇଜଣ ବିବାହ ପରେ ସ୍ୱାମୀ ସ୍ତ୍ରୀ ଭାବରେ ବଲାଙ୍ଗିରର ଜୁହ୍ନାଡିହି ପଡ଼ାରରେ ରହି ଆସୁଥିଲେ । ହେଲେ ପେଟୁଙ୍କ ପାରିବାର ଏହି ବିବାହକୁ ସ୍ୱୀକୃତି ଦେଇନଥିଲେ । ପେଟୁ ପାତ୍ର ସମ୍ପୃକ୍ତ କିନ୍ନରଙ୍କ ଠାରୁ ବିଭିନ୍ନ ସମୟରେ ଟଙ୍କା ଓ ସୁନା ଅଳଙ୍କାର ନେଇଥିବା ଅଭିଯୋଗ କରିଛନ୍ତି ପ୍ରିୟା କିନ୍ନର । ତାଙ୍କ ଠାରୁ ପାଖାପାଖି ୧୦ ଲକ୍ଷ ଟଙ୍କା ପେଟୁ ନେଇଥିବା ଅଭିଯୋଗ କରିଛନ୍ତି କିନ୍ନର ଜଣକ । ପେଟୁ ତାଙ୍କୁ ଏକ ବର୍ଷ ହବ ମଦ୍ୟପାନ କରି ପ୍ରତାରଣା ଦେବା ସହ ନିଶାରେ ଚୂର୍‌ ହୋଇ ଗାଳିଗୁଲଜ କରୁଥିଲେ । ନିଶାଶକ୍ତ ଅବସ୍ଥାରେ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇ ଘରୁ ବାହାର କରିଦେଇଥିଲେ ପେଟୁ । ଆଗରୁ ମଧ୍ୟ ୫ ରୁ ୬ ଥର ଏମିତି ପରିସ୍ଥିତି ଉପୁଜି ଥାନର ଦ୍ୱାରସ୍ଥ ହୋଇ ସମାଧାନ ହୋଇ ଆସିଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି ପ୍ରିୟା । ପେଟୁ ପାତ୍ର ତାଙ୍କୁ ପ୍ରତାରଣା ଦେଇଥିବା କିନ୍ନର ଜଣକ ଏବେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ପ୍ରେମ ପରେ ପ୍ରତାରଣାର ଶିକାର ହୋଇ ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି କିନ୍ନର ପ୍ରିୟା ।

Leave A Reply

Your email address will not be published.

5 + seven =

error: Content is protected !!