csstore

ଗୃହରକ୍ଷୀ ପଦବୀ ପରୀକ୍ଷାଫଳ ପ୍ରକାଶ ବିଳମ୍ବ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ଶତାଧିକ ଆବେଦନକାରୀ

ବାଲେଶ୍ଵର, (କେପିଏନ୍‌ଏସ୍‌) : ବାଲେଶ୍ଵର ଜିଲ୍ଲାରେ ଲକ୍ଷାଧିକ ପିଲା ବେକାର । ଚାକିରୀ ନାହିଁ । ଏହି ସମୟରେ ଗୃହରକ୍ଷୀ ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ବାହାରିଥିଲା । ଚାକିରୀ ଆଶାୟୀଙ୍କୁ ଏହା ଆଶ୍ୱସ୍ତି ଦେଇଥିଲା । ଗୃହରକ୍ଷୀ ପଦବୀ ପାଇଁ ଆବେଦନ କରିଥିଲେ ବିଏ, ଏମ୍‌ଏ ଓ ଏମ୍‌ବିଏ ଡିଗ୍ରୀଧାରୀ । ଏଥିପାଇଁ ଚୟନ ପ୍ରକିୟା ମଧ୍ୟ ସରିଛି । ୩ ମାସ ବିତିଯାଇଥିବାବେଳେ ଆଜି ପର୍ଯ୍ୟନ୍ତ ପରୀକ୍ଷାଫଳ ପ୍ରକାଶ ପାଇନାହିଁ । ଏନେଇ ଗୃହରକ୍ଷୀ ଚାକିରୀ ଆଶାୟୀ ପୂର୍ବରୁ ଏସପି ଓ ଜିଲ୍ଲାପାଳଙ୍କୁ ମଧ୍ୟ ଭେଟିଛନ୍ତି । ଅନ୍ୟପଟେ ଅନ୍ୟ ଜିଲ୍ଲାରେ ପରୀକ୍ଷାଫଳ ପ୍ରକାଶ ପାଇସାରିଛି । ହେଲେ ବାଲେଶ୍ଵରରେ ପରୀକ୍ଷାଫଳ କଣ ପାଇଁ ପ୍ରକାଶ ପାଉନାହିଁ ? ଏତେ ବିଳମ୍ବ ହେଉଛି ଏନେଇ ଚାକିରୀ ଆଶାୟୀ ସନ୍ଦେହ ଓ ଦ୍ୱନ୍ଦରେ ରହିଛନ୍ତି । ଗୁରୁବାର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆବେଦନକାରୀ । ଯୋଗ୍ୟତା, ସ୍ୱଚ୍ଛତା ଓ ନିରପେକ୍ଷତା ଆଧାରରେ ତୁରନ୍ତ ଗୃହରକ୍ଷୀ ପରୀକ୍ଷାଫଳ ପ୍ରକାଶ କରିବାକୁ ସେମାନେ ଦାବି କରିଛନ୍ତି ।

jayashree
Leave A Reply

Your email address will not be published.