ନଗର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ସହରର ବିଭିନ୍ନ ସମସ୍ୟା ଓ ପୌର ପରିଷଦର ଜନ ବିରୋଧୀ କାର୍ୟ୍ୟକୁ ନେଇ ନଗର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯାଇଛି । ନଗର କଂଗ୍ରେସର ସଭାପତି ସୁଧୀର ପଣ୍ଡାଙ୍କ ନେତୃତ୍ବରେ ଯୁବ କଂଗ୍ରେସ କର୍ମୀମାନେ ମୁନସିପାଲିଟିର କାର୍ୟ୍ୟ ବିରୁଦ୍ଧରେ ନାରାବାଜି କରିଛନ୍ତି । ସୁବର୍ଣ୍ଣପୁର ପୌର ପରିଷଦର ଷ୍ଟଲ୍ ଆବଣ୍ଟନ ଟେଣ୍ଡରରେ ବର୍ଦ୍ଧିତ ଦର ସହ ପ୍ରିୟାପ୍ରୀତି ତୋଷଣ, ମନମୁଖୀ ନିର୍ମାଣକାର୍ୟ୍ୟ, ସହରରେ ବଢୁଥିବା ପ୍ରଦୂଷଣ, ଡ୍ରେନେଜ ବ୍ୟବସ୍ଥା ତଥା ଦୁର୍ନୀତିକୁ ନେଇ ସୁବର୍ଣ୍ଣପୁର ନଗର କଂଗ୍ରେସ ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ଦାବୀପତ୍ର ଦିଆଯାଇଛି । ବିଶେଷକରି, ସହରର ବିଭିନ୍ନ ଭାଗରେ ସରକାରୀ ଅର୍ଥରେ ଲୋକଙ୍କୁ ଆବଣ୍ଟନ ପାଇଁ ନିର୍ମାଣ କରାଯାଇଥିବା ଷ୍ଟଲଗୁଡିକର ଟେଣ୍ଡର ଦର ଦୁଇ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିବାରୁ ସହରର ଗରିବଶ୍ରେଣୀର ଆଗ୍ରହୀ ହିତାଧିକାରୀ ଷ୍ଟଲ ପାଇବାରୁ ବଞ୍ଚିତ ହେବେ । ଧନୀକ ଶ୍ରେଣୀର ଲୋକଙ୍କୁ ଷ୍ଟଲ ଦେବାପାଇଁ କର୍ତୃପକ୍ଷ ଚକ୍ରାନ୍ତ କରିଛି ବୋଲି ଅଭିଯୋଗ ହେଉଛି । ସମସ୍ତ ଦାବୀକୁ ସପ୍ତାହେ ମଧ୍ୟରେ ସମାଧାନ ନକଲେ ଆଗକୁ ଆନ୍ଦୋଳନକୁ ତୀବ୍ର କରାଯାଇ ପ୍ରଶାସନକୁ ଅଚଳ କରିଦିଆଯିବ ବୋଲି ନଗର କଂଗ୍ରେସର ସଭାପତି ସୁଧୀର ପଣ୍ଡା ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.