କୋଭିଡ ହସପିଟାଲ ରେ ଭେଷଜ ବିଶେଷଜ୍ଞ ଓ ପ୍ରଶିକ୍ଷିତ ନର୍ସ ନିଯୁକ୍ତି ସହ ୮ ଦଫା ଦାବୀ ଜଣାଇଲା କୋଭିଡ ନିୟନ୍ତ୍ରଣ କମିଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଭିଡ-୧୯ ନିୟନ୍ତ୍ରଣ କମିଟି ବଲାଙ୍ଗିର କିସ୍ କୋଭିଡ ହସପିଟାଲରେ ଭେଷଜ ବିଶେଷଜ୍ଞ ସହ ପ୍ରଶିକ୍ଷିତ ନର୍ସ ନିଯୁ‌କ୍ତି ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ୮ ଦଫା ଦାବୀପତ୍ର ପ୍ରଦାନ କରିଛି । ସୁଚନାଯୋଗ୍ୟ ଯେ, ବଲାଙ୍ଗିରରେ ବିଗତ ମାସେ ହେବ କୋରୋନା ତାଣ୍ଡବ ରଚୁଛି । ପ୍ରତିଦିନ ମୁଣ୍ଡ ପରେ ମୁଣ୍ଡ ଗଡିବାରେ ଲାଗିଛି । ଏପରିକି ସହରର ଯୁବକମାନେ ମଧ୍ୟ ଅକାଳ ବିୟୋଗର ଶିକାର ହେଉଛନ୍ତି । ଚିକିତ୍ସ ପାଇଁ ଲୋକେ କିସ କରୋନା ହସପିଟାଲ ଉପରେ ନିର୍ଭରଶୀଳ ଥିବା ବେଳେ କିସ୍ ହସପିଟାଲର ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟସେବା ଅନେକ ଯୁବକଙ୍କ ଜୀବନ ନେଇଛି । କିସ୍ ହସପିଟାଲରେ ଭେଷଜ ବିଶେଷଜ୍ଞ ଓ ପ୍ରଶିକ୍ଷିତ ନର୍ସ ନଥିବା ବେଳେ ଗୁରୁତର ରୋଗୀ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଏଭଳି ପରିସ୍ଥିତିରେ କିସ୍ କରୋନା ହସପିଟାଲରେ କିଛି ଅଭିଜ୍ଞ ଭେଷଜ ବିଶେଷଜ୍ଞଙ୍କ ସହିତ ପ୍ରଶିକ୍ଷିତ ନର୍ସଙ୍କ ବିଶେଷ ଆବଶ୍ୟକତା ରହିଛି । ଏହା ସହ କରୋନା ପରି‌ସ୍ଥିତିରେ ଭୀମ ଭୋଇ ମେଡିକାଲ କଲେଜରେ ଏକ୍ସରେ, ସିଟି ସ୍କେନ୍, ରକ୍ତ ପରୀକ୍ଷା, ଡାୟାଲିସିସ୍ ଆଦି ସୁବିଧା ୨୪ଘଣ୍ଟ ଉପଲବ୍ଧ ରହିବା ଆବଶକ । ସେହିପରି ବୃଦ୍ଧ ଓ ସର୍ଯାଶାୟୀ ରୋଗୀଙ୍କ ପାଇଁ ତାଙ୍କ ଘରେ ହିଁ କୋଭିଡ ଟେଷ୍ଟର ସୁବିଧା କରାଯାଉ । ଆହୁରି ପ୍ରତିଦିନ ସହରର ପ୍ରତି ୱାର୍ଡରେ ବିଷୋଧୀକରଣ କରାଯିବା ସହ ମାସ୍କ କିମ୍ବା ସାମାଜିକ ଦୂରତା ରକ୍ଷା କରୁନଥିବା ବ୍ୟକ୍ତିଙ୍କ ଉପରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ । କୋଭିଡ ନିୟମାବଳୀ ଉପରେ ଜନସାଧାରଣଙ୍କୁ ବାରମ୍ବାର ସଚେତନ କରାଯାଉ ବୋଲି ଏକ ୮ ଦଫା ସମ୍ମିଳୀତ ଦାବୀପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କୁ ପ୍ରଦାନ କରାଯାଇଛି ।


ଆଜି ସକାଳୁ କୋଭିଡ ନିୟନ୍ତ୍ରଣ କମିଟିିର ଆବାହକ ତ୍ରିପୁରାରୀ ପାଣୀଗ୍ରହୀଙ୍କ ନେତୃତ୍ୱରେ କମିଟିର ସଦସ୍ୟମାନେ ବିଭିନ୍ନ ପ୍ଲା କାର୍ଡ ଧରି ଏକ ସଚେତନତା ରାଲିରେ ସ୍ଥାନୀୟ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ କୋଭିଡ ସଚେତନତା ପାଇଁ ବିବିନ୍ନ ନାରା ଦେଇଥିଲେ । ପରେ ପରେ ଏହି ଦଳ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳଙ୍କୁ ଦେଖା କରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ଅତିରିକ୍ତ ଜିଲ୍ଲାପାଳଙ୍କୁ ୮ ଦଫା ସମ୍ମିଲିତ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ତେବେ ଅତିରିକ୍ତ ଜିଲ୍ଲାପାଳ କମିଟିର ଏହି ଦାବୀଗୁଡିକୁ ପ୍ରଶାସନ ଗୁରୁତ୍ୱର ନେବା ସହ ଯଥା ଶୀଘ୍ର ଏ ଦିଗରେ କାମ କରିବ ବୋଲି କହିଥିବା ସୁଚନା ରହିଛି ।

Leave A Reply

Your email address will not be published.