ଯୋଗଦେଲେ ଗ୍ରୀନ ଇଣ୍ଡିଆ ଚ୍ୟାଲେଂଜରେ ସୋନୁ

ହାଇଦ୍ରାବାଦ : ପ୍ରବାସୀ ଶ୍ରମିକଙ୍କ ଭଗବାନ ଭାବେ ବେଶ୍‌ ଜଣାଶୁଣା ତଥା ବଲିଉଡ୍‌ ଜଗତର ଅଭିନେତା ସୋନୁ ସୁଦ୍‌ ଗ୍ରୀନ୍‌ ଇଣ୍ଡିଆ ଚ୍ୟାଲେଂଜରେ ଯୋଗ ଦେଇଛନ୍ତି । ଫିଲ୍ମ ର୍ନିର୍ଦ୍ଦେଶକ ଶ୍ରୀନୁଙ୍କ ପ୍ରେରଣା କ୍ରମେ ସୋନୁ ଏହି ଗ୍ରୀନ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏଠାରେ ସେ ଗଛ ଲଗାଇଥିବା ସହ କୋଭିଡ୍‌ ପରେ ପରିବେଶ ସୁରକ୍ଷା ଆମର ପ୍ରଥମ ସୁରକ୍ଷା ବୋଲି କହିଛନ୍ତି । ଏହା ସହ ସମସ୍ତେ ମିଶି ଗଛ ଲଗାଇବା ଦ୍ୱାରା ପରିବେଶ ସୁସ୍ଥ ଏବଂ ସୁନ୍ଦରମୟ ହେବ ବୋଲି ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.