ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ : ଡରାଉଛି କରୋନା

ଭୁବନେଶ୍ୱର : ବିଶ୍ୱ ମହାମାରୀ କରୋନା ମଧ୍ୟରେ ବିଧାନସଭାର ପ୍ରଥମ ଅଧିବେଶନ ଆଜି । କରୋନା ପରିଚାଳନା ନିୟମ ସହ ଅନେକ ଗୁଡିଏ ଆପତ୍ତି ନେଇ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଦଳ ପ୍ରସ୍ତୁତ । ବିରୋଧୀ ଦଳଙ୍କ ମୁକାବିଲା ପାଇଁ ଏବଂ ୧୬ଟି ବିଲ୍‌ ପାଲିତ ଲକ୍ଷ୍ୟରେ ସରକାର ମଧ୍ୟ ପ୍ରସ୍ତୁତ । ଗୋଟିଏ ପଟେ ଏହି ଗୃହ କାର୍ଯ୍ୟ ତ ଆର ପଟେ କରୋନାର ଭୟ । ଜଣକ ପରେ ଜଣେ କର୍ମଚାରୀ ଏବଂ ବିଧାୟକ କରୋନା ପଜିଟିଭ୍‌ ହେଉଥିବାକୁ ନେଇ ବଢୁଛି ଚିନ୍ତା । ପ୍ରଥମ ପରୀକ୍ଷଣରେ ମୋଟ ୧୪ ବିଧାୟକ ଏବଂ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କରୋନା ସଂକ୍ରମଣ ଯେମିତି ଗୃହରେ ନବ୍ୟାପିବ, ସେଥିପାଇଁ ସବୁଦିନ ବିଧାନସଭାକୁ ସେନିଟାଇଜ୍‌ କାରଯିବା ବ୍ୟବସ୍ଥା ରହିଥିବା ସହ ସାମାଜିକ ଦୂରତା ବଜାୟ ରଖିବା ସହ ସମସ୍ତେ ମାସ୍କ ପିନ୍ଧିବେ ଏବଂ ବସିବା ସ୍ଥାନରେ ବିଧାୟକମାନଙ୍କ ସାମ୍ନାରେ ଗ୍ଳାସ ଲଗାଯାଇଛି । ୬୦ ବର୍ଷରୁ ଅଧିକ କିମ୍ବା ବରିଷ୍ଠ ଘରେ କିମ୍ବା ଜିଲ୍ଲାପାଳଙ୍କ କାର୍ଯ୍ୟାଲୟରେ ଭିସି ଜରିଆରେ ଗୃହ କାର୍ଯ୍ୟରେ ଭାଗ ନେଇ ପାରିବେ । ଏଥର ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଥିବା ସହ ପ୍ରଶ୍ନକାଳ କୋଭିଡ୍‌ ସ୍ଥିତି ପାଇଁ ରହିବ ନାହିଁ । ବିଧାନସଭା ସ୍ଥିତି ସମୀକ୍ଷା କରିଛନ୍ତି ପୁଲିସ୍‌ ଡିଜି ଅଭୟ ।

Leave A Reply

Your email address will not be published.