jayashree

ମାନବିକତାର ପରିଚୟ – ଅଜଣା ବୃଦ୍ଧଙ୍କ ଶେଷକୃତ୍ୟ କଲେ ରାଉରକେଲାର ସମାଜସେବୀ

  • ମିରର ଫାଉଣ୍ଡେସନ ଓ ରାମଟୋ ସ୍ୱର୍ଗବାହନ ସେବାର ମିଳିତ ସହଯୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ମାନବିକତା ହିଁ ସବୁଠାରୁ ବଡ଼ ଧର୍ମ ବୋଲି ପ୍ରମାଣ କରି ଦେଖାଇଲେ ରାଉରକେଲାର ସମାଜସେବୀ । ବିଜୟାଦଶମୀର ପବିତ୍ର ଅବସରରେ ଜଣେ ଅଜଣା ଅଚିହ୍ନା ବୃଦ୍ଧ ବ୍ୟକ୍ତିଙ୍କ ଶେଷ ଯାତ୍ରାକୁ ସମ୍ମାନର ସହ ସମ୍ପନ୍ନ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ସେକ୍ଟର ଅଞ୍ଚଳରେ ଜଣେ ଅଜଣା ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା । ମିରର ଫାଉଣ୍ଡେସନର ବିଶ୍ୱଜିତ୍ ରାଉତ ଏନେଇ ଦି ହ୍ୟୁମାନିଟି ଫାଉଣ୍ଡେସନର ପ୍ରତିଷ୍ଠାତା ଓ ନୂଆଁଖାଇ ଭେଟଘାଟ ଗ୍ରୁପ୍‌ର ଆଡମିନଙ୍କୁ ଫୋନ ଯୋଗେ ଜଣାଇଥିଲେ । ଖବର ପାଇବା ମାତ୍ରେ ସେ ସକାଳ ୯ଟାରେ ଇସ୍ପାତ ଜେନେରାଲ ହସ୍ପିଟାଲ ଶବଗୃହରେ ପହଞ୍ଚି ସମସ୍ତ ବିଷୟ ବୁଝିଥିଲେ । ମୃତ ବ୍ୟକ୍ତିଙ୍କ ପରିବାର ଦୂରରେ ରହୁଥିବାରୁ ଆସିପାରିବେ ନାହିଁ ବୋଲି ଜଣାପଡିଲା । ଏହି ପରିସ୍ଥିତିରେ ସେ ତୁରନ୍ତ ରାମଟୋ ସ୍ୱର୍ଗବାହନ ସେବାର ଗୌତମ ବାଡ଼ାଙ୍କୁ ଯୋଗାଯୋଗ କରିଥିଲେ । ଶ୍ରୀ ବାଡ଼ା ତତ୍‌କ୍ଷଣାତ୍ ତାଙ୍କ ସ୍ୱର୍ଗବାହନ ଗାଡ଼ି ପଠାଇ ସହଯୋଗ କରିଥିଲେ । ତାଙ୍କର ଏହି ମାନବିକତା ପାଇଁ ସମସ୍ତେ କୃତଜ୍ଞତା ଜଣାଇଛନ୍ତି । ଶେଷରେ ମୃତ ବ୍ୟକ୍ତିଙ୍କ ଶେଷକୃତ୍ୟ ସମ୍ମାନ ଓ ମର୍ଯ୍ୟାଦାର ସହ କରାଯାଇଥିଲା । ମଣିଷ ପାଇଁ ମଣିଷ ହେବା ହିଁ ପ୍ରକୃତ ଧର୍ମ ବୋଲି ଏହି ଘଟଣା ପୁଣି ଥରେ ପ୍ରମାଣ କରିଛି ।

Leave A Reply

Your email address will not be published.