oom

ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ଉଠା ପନିପରିବା ଦୋକାନୀ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସକାଳୁ ସମଲେଶ୍ୱରୀ ମନ୍ଦିର ଛକ ଠାରୁ ବିକ୍ରମ ଛକ ପର୍ଯ୍ୟନ୍ତ ବସୁଥିବା ଉଠା ପନିପରିବା ଦୋକାନୀଙ୍କୁ ପ୍ରଶାସନ ତରଫରୁ ଉଠାଯାଇ ସ୍ଥାନୀୟ କଳାମଣ୍ଡଳ ପଡିଆରେ ବସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦ୍ୱାରା ଉଭୟେ ପନିପରିବା ଦୋକାନୀ ଓ ଗ୍ରାହକ ସାମାଜିକ ଦୁରତ୍ୱ ପାଳନ କରିବା ସହ ନିଜ ନିଜ ଆବଶ୍ୟକତା ପୂରଣ କରିପାରିବେ । ତେବେ ଏହାର ବିରୋଧରେ ଆଜି ଉକ୍ତ ପନିପରିବା ଦୋକାନୀମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଥିଲେ । ବିଗତ ୬ ମାସ ହେଲା ଲକ୍ ଡାଉନର ଶିକାର ହୋଇ ସେମାନେ ନିଜରଆର୍ଥିକ ‌ସ୍ଥିତି ସଂପୁର୍ଣ୍ଣ ଭାବେ ହରାଇ ବସିଥିବା ବେଳେ ଅନଲକ ପରେ ମଧ୍ୟ ବାରମ୍ବାର ତାଙ୍କୁ ନିଜ ସ୍ଥାନରୁ ହଟାଇବା ଫଳରେ ତାଙ୍କର ବ୍ୟବସାୟ ବିଶେଷ ରୂପେ ବାଧା ପ୍ରାପ୍ତ ହେଉଥିବା ସେମାନେ ଅଭିଯୋଗ କରିଥିଲେ । ତେବେ ତାଙ୍କ ପାଇଁ ଜିଲ୍ଲା ପ୍ରଶାସନ ଏକ ସ୍ଥାୟୀ ଜାଗାର ବ୍ୟବସ୍ଥା କଲେ ସେମାନେ ନିଜର ଜୀବାକା ଉପାର୍ଜନ କରିବା ସହ କରୋନା ନୀତି ନିୟମ ମାନିବା ସହ ପ୍ରଶାସନକୁ କରୋନା ମୁକାବିଲାରେ ମଧ୍ୟ ସହାୟକ ହୋଇ ପାରିବେ ବୋଲି କହିଥିଲେ ।


ଉପଜିଲ୍ଲାପାଳ ସୁଧାକର ନାଏକ, ପୌର ଅଧିକାରୀ ବିପିନ ଦୀପ ଓ ଆଦର୍ଶ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଘଟଣା ସ୍ଥଳକୁ ଆସି ସେମାନଙ୍କୁ ବୁଝାସୁଝା କରିବା ପରେ ବ୍ୟବସାୟୀମାନେ ଫେରି ଯାଇଥିଲେ । ତେବେ ସହରର ଅନ୍ୟ ରାସ୍ତାମାନଙ୍କରୁ ମଧ୍ୟ ଉଠାଦୋକାନୀ ମାନଙ୍କୁ ଉଚ୍ଛେଦ କରା ନଗଲେ ସେମାନେ ପୁଣି ଥରେ ନିଜ ନିଜ ସ୍ଥାନରେ ଦୋକାନ ଖୋଲିବାକୁ ବାଧ୍ୟ ହେବେ ବୋଲି ପ୍ରସାଶନକୁ ଚେତାବନୀ ଦେଇଛନ୍ତି । ପ୍ରକାଶ ଯୋଗ୍ୟ ଯେ, ବିଗତ କିଛି ଦିନ ହେବ ଜିଲ୍ଲା ପ୍ରଶାସନ କରୋନା ମୁକାବିଲା କରିବା ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରିଛି । ମାସ୍କ ପିନ୍ଧିବା ଓ ସାମାଜିକ ଦୁରତ୍ୱ ପାଳନ କରାଯିବା ନେଇ ପ୍ରତିଦିନ ପ୍ରଶାସନ ବିଭିନ୍ନ ଅଞ୍ଚଳରେ ଯାଂଞ୍ଚ କରିବା ସହ ଅମାନିଆଙ୍କ ଠାରୁ ଫାଇନ ଆଦାୟ କରୁଛି । ତଥାପି ସହରର କିଛି ଅଂଚଳରେ ଭିଡ କମୁନ ଥିବା ବେଳେ ସହରରେ ସଂକ୍ରମଣର ଆଶଙ୍କା ବଢିବାରେ ଲାଗିଛି । ପ୍ରଶାସନ ତରଫରୁ ଏଭଳି କିଛି ସ୍ଥାନରେ ୧୪୪ଧାରା ଲାଗୁ କରି ଭିଡ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରାଯାଉଛି ।

jittmm
Leave A Reply

Your email address will not be published.