csstore

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରନ୍ଧା ଖାଦ୍ୟ ଓ ମାସ୍କ ବଣ୍ଟନ

ରାଉରକେଲା : କରୋନା ମହାମାରୀ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ଓ ରାଜ୍ୟ ବିଜୁ ଛାତ୍ର ଜନତା ଦଳ ସଭାପତି ତଥା ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ରଘୁନାଥପାଲୀ ବିଜୁ ଛାତ୍ର ଜନତା ଦଳ ତରଫରୁ ତାପସ ବାରିକଙ୍କ ନେତୃତ୍ଵରେ ଗରିବ ଓ ଅସହାୟଙ୍କ ନିମନ୍ତେ ରନ୍ଧା ଖାଦ୍ୟ ଓ ମାସ୍କ ବଣ୍ଟନ କରାଗଲା । ଏହି କାର୍ଯ୍ୟକ୍ରମରେ ରଘୁନାଥପାଲୀ ବିଜୁ ଛାତ୍ର ଜନତା ଦଳ ନଗର ସଭାପତି ରାକେଶ ସ୍ୱାଇଁ, ରାଉରକେଲା ସାଂଗଠାନିକ ଜିଲ୍ଲା ଡିଜିଟାଲ ସେକ୍ରେଟେରୀ ସୁରଜ ଖୁଣ୍ଟିଆ, ବ୍ଲକ ସଭାପତି ଶୁଭମ ସାହୁ, ରାଉରକେଲା ସାଂଗଠାନିକ ଜିଲ୍ଲାର ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ରୋସନ ବେହେରା, ଜିଲ୍ଲା ସମ୍ପାଦିକା ରଶ୍ମିତା ପଣ୍ଡା, ନିକିତା ପଣ୍ଡା ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.