csstore

ତୁର୍ଲା ଜୟ ହନୁମାନ କ୍ଲବ ତରଫରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ : ଉଦ୍‌ଘାଟନୀ ମ୍ୟାଚରେ ସିହିନୀ ବିଜୟୀ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଜଗୁଆ ଗ୍ରାମପଞ୍ଚାୟତର ତୁର୍ଲା ଗ୍ରାମ ପାଓମେକ୍ସ ନିକଟ ଖେଳ ପଡ଼ିଆରେ ଜୟ ହନୁମାନ କ୍ଲବ ତରଫରୁ ଗୁରୁବାର ଅପରାହ୍ନରେ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଜେପି ନଗର ସଭାପତି ପ୍ରଶାନ୍ତ ଷଡଙ୍ଗୀ, ସମ୍ମାନିତ ଅତିଥି ଭାବେ ବିଜେପି ନଗର ଉପ ସଭାପତି ଲିଙ୍ଗରାଜ ନାୟକ, ସମାଜସେବୀ ଲକ୍ଷ୍ମୀ ନାରାୟଣ ଛତ୍ରିଆ, ଲକ୍ଷ୍ମଣ ସୁନାନି, ଭାଟିପଡା ଗ୍ରାମର ବିଜେପି ସଂଗଠକ ହେମସାଗର ଖର୍ସେଲ ପ୍ରମୁଖ ଉପସ୍ଥିତ ରହି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମ ମ୍ୟାଚ୍‌ଟି ସିହିନୀ ଓ ହଳଦୀ ମଧ୍ୟରେ ଖେଳା ଯାଇଥିଲା । ପେନାଲଟି ସୁଟ ଆଉଟରେ ହଳଦୀକୁ ହରାଇ ସିହିନୀ ଦଳ ବିଜୟୀ ହୋଇଛି ।

jayashree
Leave A Reply

Your email address will not be published.