csstore

ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଭୁଏରପଡା ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କରମତଲା ପଞ୍ଚାୟତ ଝିମନପାଲି(ଭୁଏର ପଡା) ଗାଁରେ ଦୀର୍ଘ ୨ ମାସ ହେବ ଗାଁରେ ଟ୍ରାନ୍ସଫର୍ମର ପୋଡି ଯାଇଥିବା ହେତୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏଠାକାର ଗ୍ରାମବାସୀ । ଯାହାକୁ ନେଇ ଅନେକ ଥର ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ହୋଇଥିବା ସତ୍ୱେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ବେଳେ ଆଜି ବାଧ୍ୟ ହୋଇ ଉକ୍ତ ଗ୍ରାମର ଶତାଧିକ ଲୋକେ ସ୍ଥାନୀୟ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଦ୍ୟୁତ ବିଭାଗୀୟ ଏସଡିଓ ଜନାର୍ଦ୍ଦନ ପୃଷ୍ଟିଙ୍କୁ ଅଫିସ କାର୍ଯ୍ୟାଳୟ ଭିତରେ ଦୀର୍ଘ ଘଣ୍ଟା ଧରି ଘେରାଉ ମଧ୍ୟ କରିଥିଲେ । ପରେ ଉକ୍ତ ଗ୍ରାମରେ ବିଦ୍ୟୁତ ଟ୍ରାନ୍ସଫର୍ମର ଲାଗିବାର ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଓହରିଥିଲେ ଗ୍ରାମବାସୀମାନେ । ଏଥିରେ କୋଶଲ ଯୁବ ସମନ୍ୱୟ ସମିତିର ବନମାଳୀ ନାଏକ, ସିପୁନ ଖମାରୀ, ଶାନ୍ତନୁ ରଣା ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.