pakka

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍ : ୧ ମୃତ, ୧ ଗୁରୁତର

bbehera

ଖଜୁରିପଡା/ଫୁଲବାଣୀ : ସଦର ଥାନା ଅନ୍ତର୍ଗତ ତୁଡିପାଜୁ ଘାଟିରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ମୃତାହତମାନେ ହେଲେ ଖଜୁରିପଡା ବ୍ଲକ ଅନ୍ତର୍ଗତ ବିଲାବାଡି ପଞ୍ଚାୟତ ସମାପାଯୁ ଗ୍ରାମର ରୋହିତ କହଁର ଏବଂ ସାଇବନ କଂହର । ସୂଚନା ଅନୁସାରେ ଦୁହେଁ ଏକ ବାଇକ୍‌ (ଓଡି ୧୨ଡି ୯୮୨୭) ଯୋଗେ ଫୁଲବାଣୀ ବ୍ଲକର ରାମାଡି ଗ୍ରାମକୁ ଭୋଜି ଖାଇବା ପାଇଁ ଯାଇଥିଲେ । ଭୋଜି ଖାଇ ରାତି ପ୍ରାୟ ୯ଟା ସମୟରେ ନିଜ ଗ୍ରାମ ସମାପାଯୁକୁ ଫେରୁଥିବା ବେଳେ ବାଇକ୍‌ଟି ତୁଡିପାଯୁ ପାଖରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ଗୁରୁତର ହୋଇ ଉଭୟ ପଡ଼ି ରହିଥିଲେ । କିଛି ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେବା ପରେ ସେମାନଙ୍କୁ ଆଣି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ଡାକ୍ତର ସେଠାରେ ରୋହିତ କହଁରଙ୍କୁ ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ସାଇବନ କହଁର ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ।

jay balangir
Leave A Reply

Your email address will not be published.

fifteen + four =