pakka

ଅଗ୍ନିକାଣ୍ଡ ଘଟି ୪ଟି ଘର ଜଳିପୋଡି ଛାରଖାର

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଗ୍ନିକାଣ୍ଡ ଘଟି ୪ଟି ଘର ଜଳିପୋଡି ଛାରଖାର ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଚାମୁଣ୍ଡା ଗ୍ରାମରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗତକାଲି ଅଗ୍ନିକାଣ୍ଡ ଘଟି ଛାମୁଣ୍ଡା ଗ୍ରାମର ବୁଲୁ ଗୌଡ, ତ୍ରିନାଥ ବେହେରା, କାହ୍ନୁ ଜେନା ଏବଂ ଧୋବା ଜେନାଙ୍କ ଘର ପୋଡି ଛାରଖାର ହୋଇଯାଇଛି । ନିଆଁ ଲାଗିଯିବା ଯୋଗୁଁ ଉତ୍ପାଦିତ ଧାନ, ମୁଗ ଓ ଅନ୍ୟାନ୍ୟ ଶସ୍ୟ ପୋଡି ନଷ୍ଟ ହୋଇଯାଇଛି । ଏହା ସହ ଘରେ ଥିବା ଅନ୍ୟାନ୍ୟ ଆସବାବପତ୍ର ଜଳିଯାଇଛି । ଅଗ୍ନିଶମ ବିଭାଗ ଗାଁରେ ପହଁଚିବା ବେଳକୁ ସବୁ କିଛି ନିଆଁରେ ପୋଡି ଭଷ୍ମୀଭୂତ ହୋଇଯାଇଥିଲା । ସଟ୍‌ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଥିବା କହିଛନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ ।

jay balangir
Leave A Reply

Your email address will not be published.

19 − 7 =

error: Content is protected !!