ମୋଦୀଙ୍କ ଜନ୍ମ ଦିନକୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ରୂପେ ପାଳିଲା ଜିଲ୍ଲା ଛାତ୍ର କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମୋଦୀଙ୍କ ଜନ୍ମ ଦିନକୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ରୂପେ ପାଳିଛି ଜିଲ୍ଲା ଛାତ୍ର କଂଗ୍ରେସ । ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଦିନକୁ ଦିନ ଦେଶରେ ବେରୋଜଗାରଙ୍କ ସଂଖ୍ୟା ବଢିବାରେ ଲାଗିଛି । ମୋଦୀ ସରକାରଙ୍କ କେନ୍ଦ୍ର କ୍ଷମତାକୁ ଆସିବା ପରେ ଦେଶରେ ବେରୋଜଗାରୀ ସବୁ ରେକର୍ଡ ଭାଙ୍ଗିଛି । ବର୍ଷକୁ ଦୁଇ କୋଟି ରୋଜଗାର ସୃଷ୍ଟି କରିବା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ମୋଦି ସରକାର ଯୁବକ ଯୁବତୀଙ୍କୁ ରୋଜଗାର ଦେବାରେ କ୍ରମାଗତ ଭାବେ ବିଫଳ ହୋଇଛି । ଏଭଳି ସ୍ଥିତିରେ ଓଲୋଟା ପ୍ରଧାନମନ୍ତ୍ରୀ ଚା’ ଦୋକାନ, ପକୁଡି ଦୋକାନ କରିବା ମଧ୍ୟ ରୋଜଗାର ଭଳି ଲଜ୍ଜ୍ୟାଜନକ ମନ୍ତବ୍ୟ ଦେଉଛନ୍ତି । ତେବେ ଦେଶରେ ହୁ ହୁ ହୋଇ ବଢୁଥିବା ଏହି ବେରୋଜଗାରୀର ବିରୋଧ ପୂର୍ବକ ଜିଲ୍ଲା ଛାତ୍ର କଂଗ୍ରେସ ରାଷ୍ଟ୍ରୀୟ ବେରୋଜଗାର ଦିବସ ରୂପେ ପାଳନ କରିଥିବା ଦଳ ତରଫରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଆଜି ମୋଦିଜୀଙ୍କ ଜନ୍ମ ଦିନକୁ ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି ଶ୍ରୀମତି ସୋନିଆ ଗାନ୍ଧୀଙ୍କ ଆହ୍ୱାନ କ୍ରମେ ଦେଶରେ ବଢୁଥିବା ବେରୋଜଗାରୀ ଓ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦେଶର ଯୁବକଯୁବତୀଙ୍କୁ ରୋଜଗାର ପାଇଁ ବର୍ଷ ବର୍ଷ ଧରି ଭୂଆଁ ବୁଲା ନୀତିକୁ ବିରୋଧ କରି ଆଜି ରାଷ୍ଟ୍ରୀୟ ବେରୋଜଗାର ଦିବସ ରୂପେ ପାଳନ କରାଯାଇଛି ବୋଲି ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ ସୁଚନା ଦେଇଛନ୍ତି ।
ଆଜି ସକାଳୁ ଛାତ୍ର କଂଗ୍ରେସର ବିଭିନ୍ନ ସଦସ୍ୟ ସହିତ କଂଗ୍ରେସ ଦଳର ନେତାମାନେ ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରୀତ ହୋଇଥିଲେ । ମୋଦିଜୀଙ୍କ ଜନ୍ମ ଦିବସକୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ପାଳନ ପୂର୍ବକ ରାସ୍ତାକଡରେ ଚା’ ତିଆରି ଓ ପକୁଡି ଛାଣି ଯାତାୟତ କରୁଥିବା ଲୋକଙ୍କୁ ବଣ୍ଟନ କରିଥିଲେ । ତେବେ ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଅୟୋଜିତ ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ଉପ-ସଭାପତି ମନିଷ ମିଶ୍ର, ନଗର କଂଗ୍ରେସ ସଭାପତି, ଜିଲ୍ଲା ସେବାଦଳ ମୁଖ୍ୟ ଅସିତ ମିଶ୍ର, ଚନ୍ଦ୍ରମଣୀ ତ୍ରିପାଠୀ, ଅଜୟ ବାଲୀ, ଅନ୍ତ ମଛଖଣ୍ଡ, ଅବିନାଶ ପ୍ରସାଦ ସାଏ, ପ୍ରକାଶ ସାହୁ, ଛାତ୍ର ନେତା ଅଜିତ ମହାନନ୍ଦ, ଟୁଲୁ ସେନ୍‌, ନିରଞ୍ଜନ ମିଶ୍ର, ସୁଭେନ୍ଦୁ ସା, ଆରତି ଘିବେଲା, ସୁଜିତ, ଶଭଙ୍କର, ରସିକ, ଓମ, ଅମିୟ, ହରିସ ନାଗ, ରଞ୍ଜିତ ବାରିକ, ନକୁଲ ବୁଡେକ, ପ୍ରହଲ୍ଲାଦ ସୁନା, ଗଣେଶ ମହାନନ୍ଦ, ମଣ୍ଟୁ ଛତ୍ରିଆ ଓ ରମଣି ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.