ସେବା ସପ୍ତାହ ଉପଲକ୍ଷେ ଟିଟିଲାଗଡ ବିଜେପି ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଟିଟିଲାଗଡ, (ଗୌରବ ଦର୍ଜୀ) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ତାରିଖରେ ହୋଇଥିବାରୁ ଏହି ସପ୍ତାହକୁ ‘ସେବା ସପ୍ତାହ’ ଭାବରେ ଭାରତୀୟ ଜନତା ପାର୍ଟି ତରଫରୁ ସମଗ୍ର ଦେଶରେ ପାଳନ କରାଯାଉଛି । ତେବେ ଏହି କ୍ରମରେ ଟିଟିଲାଗଡ ଠାରେ ମଧ୍ୟ ସେବା ସପ୍ତାହ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ ବିଜେପି ଶାଖା ତରଫରୁ ସ୍ଥାନୀୟ ଘଣ୍ଟାସୁନି ହାଇସ୍କୁଲ ଠାରେ ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ସହରର ସମସ୍ତ ବରିଷ୍ଠ ନେତା ଓ କର୍ମକର୍ତ୍ତା ଭାଗ ନେଇ ବ୍ୟାପକ ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ନଗର ମୁଖ୍ୟ ଉପଦେଷ୍ଟା ଶୁଭ୍ରାଂଶୁ ଦାସ, ସହ ଉପଦେଷ୍ଟା ପ୍ରଦୀପ ସାହୁ, ପ୍ରମୋଦ ସରାଫ, ସୁନିଲ ଆଚାର୍ୟ୍ୟ , ସୁଧୀର ଘଡେଇ, ଅଶୋକ ମିଶ୍ର, ପ୍ରଶାନ୍ତ ମହାନ୍ତି, ଲିଙ୍ଗରାଜ ନାୟକ, ରାଜୁ ରାଓ, ଶ୍ରୀପତି ସାହୁ, ମହମ୍ମଦ ଖାଯୁ, ଚନ୍ଦନ ପଣ୍ଡା, ଧନୀରାମ ବେହେରା, ଈଶ୍ୱର ବଗର୍ତ୍ତୀ, ସମୀର ମାନହିରା ପ୍ରମୁଖଙ୍କ ସମେତ ଅନେକ କାର୍ୟ୍ୟକର୍ତ୍ତା ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ। ତେବେ ଆଗାମୀ ଦିନରେ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତରେ ବୃକ୍ଷରୋପଣ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରା ଯାଇଥିଲା ।

Leave A Reply

Your email address will not be published.