csstore

ଦେବଙ୍ଗ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ମହୋତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ଦେବଙ୍ଗ ଖେଳ ପଡିଆରେ ତା.୧୬/୧୨/୨୦୨୫ ରୁ ତା.୧୭/୧୨/୨୦୨୫ ଦୁଇଦିନ ଧରି ନବମ ଓ ଦଶମ ଶ୍ରେଣୀର କ୍ରୀଡାବିତ୍ ମାନଙ୍କୁ ନେଇ ଶୃଙ୍ଖଳାର ସହିତ ଚୁଡାନ୍ତ ଦିବସରେ କ୍ରୀଡା ସମ୍ପନ୍ନ କରିସାରିଛି । ଉଦଯାପନୀ ଦିବସରେ କଣ୍ଟାବାଞ୍ଜି ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣ। ମୁଖ୍ୟ ଅତିଥି, ସୁରେଶ ନେଓରା ବିଦ୍ୟାଳୟର ପୂର୍ବତନ ସଭାପତି ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ ଏବଂ ପ୍ରଧାନ ଶିକ୍ଷକ ରାମରତନ ମେହେରଙ୍କ ଅଧ୍ୟକ୍ଷତାରେ ମଞ୍ଚ ପରିଚାଳିତ ହୋଇଥିଲା । ଏହି ଉତ୍ସବରେ ଉଭୟ ବାଳକ ବାଳିକାମାନଙ୍କୁ ନେଇ ମୋଟ ୨୨ଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ୧୬୦ଟି ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଶିକ୍ଷକ ବିରେନ୍ଦ୍ର କୁମାର ଖଟୁଆଙ୍କ ନେତୃତ୍ୱରେ କ୍ରୀଡା ପରିଚାଳିତ ହୋଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଚୌଧୁରୀ ସୁନା, ବେଦମତୀ ସୁନା, ରଶ୍ମିରେଖା ବାଘ, ଝରଣା ସାହୁ, ଅନିଲ କୁମାର ଖଟେଇ, ଚୌବନ୍ ଯାନୀ, ରୋଜ ବ୍ୟୁଟି ଭଞ୍ଜ, ଯୋଗେଶ ପ୍ରଧାନ, ଅମିତ୍ ଚାଟାର୍ଜୀ ଆଦି ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ଶ୍ରୀକାନ୍ତ ଭୋଇ, ଜଗବନ୍ଧୁ ଦାସ, ଗୌରାଙ୍ଗ ଦୀପ(ଅବସର ପ୍ରାପ୍ତ) ପ୍ରତିଯୋଗିତାରେ ସାହାଯ୍ୟ କରିଥିଲେ । ପାଚିକା ରାଇମତି ସାହୁ, ବେଲମତି ସାହୁ, ଧାରାରାଣୀ ନେଓରା ଓ ରୀନା ସାହୁ ଖାଦ୍ୟ ପ୍ରସ୍ତୁତ କରି ସମସ୍ତଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇଥିଲେ ।

jayashree
Leave A Reply

Your email address will not be published.