ବଜ୍ରାଘାତରେ ୧ ମୃତ, ୧ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ଥାନା ବରକାନୀ ଗାଁରେ ବିଜୁଳି ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ବରକାନୀ ଗାଁର ୨ଜଣ ମହିଳା ଗାଧୋଇବା ପାଇଁ ପୋଖରୀକୁ ଯାଇଥିବା ବେଳେ ଝଡ଼ ତୋଫାନ ସହିତ ବିଜୁଳି ମାରିଥିଲା । ଆଉ ବଜ୍ରାଘାତରେ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତ ମହିଳା ଜଣକ ହେଲେ ପାଣିବୁଡ଼ି ମେଶ୍ୱା(୬୫) । ଅନ୍ୟ ଜଣେ ମହିଳା ହେଲେ ଭୂମିସୂତା ମେଶ୍ୱା । ଭୂମିସୂତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପାଣିବୁଡ଼ିଙ୍କ ମୃତଦେହକୁ ବଲାଙ୍ଗିର ସଦର ପୁଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେହିଭଳି ଜିଲ୍ଲାର ଡଙ୍ଗିଆବାହାଲ ଗାଁରେ ବଜ୍ରାଘାତରେ କେନ୍ଦୁପତ୍ର ଫଡ଼ି ଘର ପୂରା ଜଳିଯାଇଥିବେ ଖବା ।÷ିଛି । ଏହାସହିତ ସେଥିରେ ଥିବା ସବୁ କେନ୍ଦୁପତ୍ର ପୋଡ଼ି ଯାଇଥିବା କୁହାଯାଇଛି ।

Leave A Reply

Your email address will not be published.

8 + 5 =