ସୁବର୍ଣ୍ଣପୁର ଜିଲ୍ଲାର ୭ଟି କେନ୍ଦ୍ରରେ ୧୨ ତାରିଖ ଦିନ ୪୫ ତଥା ତଦୁର୍ଦ୍ଧ ବୟସର ହିତାଧିକାରୀଙ୍କୁ କେବଳ ଦ୍ଵିତୀୟ ଡୋଜ ଟୀକାକରଣ

ସୁବର୍ଣ୍ଣପୁର, (ପ୍ରଭୂଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲାରେ କେବଳ ଦ୍ଵିତୀୟ ଡୋଜ ନେବାକୁ ଥିବା ୪୫ ବର୍ଷ ଓ ତଦୁର୍ଧ୍ୱ ବୟସ୍କ ହିତାଧିକାରୀଙ୍କୁ ଜିଲ୍ଲାର ବିଭିନ୍ନ ସିଏଚସି ଅନ୍ତର୍ଗତ ବ୍ୟବସ୍ଥିତ ଟୀକା କେନ୍ଦ୍ରରେ ଆସନ୍ତା ତା୧୨/୦୫/୨୧ ରେ ଟୀକାପ୍ରଦାନ କରାଯିବ । ଯେଉଁ ହିତାଧିକାରୀ ମାନଙ୍କୁ ପ୍ରଶାସନ ତରଫରୁ ଫୋନ ଯୋଗେ ଟୀକାକରଣ ନିମନ୍ତେ ସୂଚନା ଦିଆଯିବ ସେମାନେ କେବଳ ନିର୍ଦ୍ଧାରିତ ସମୟରେ ଉଦ୍ଧିଷ୍ଟ ଟୀକାକରଣ କେନ୍ଦ୍ରକୁ ପହଂଚି ଟୀକା ଗ୍ରହଣ କରିବେ । ବିନା କୌଣସି ସୂଚନାରେ ଟୀକାକେନ୍ଦ୍ରକୁ ଯାଇ ହଇରାଣ ହୁଅନ୍ତୁ ନାହିଁ କିମ୍ବା କେନ୍ଦ୍ରଗୁଡିକରେ ଅଯଥାରେ ଭିଡ଼ କରନ୍ତୁ ନାହିଁ, ଯେତେବେଳେ ଯାହାର ପାଳି ଆସୁଛି ସେମାନେ କେବଳ କେନ୍ଦ୍ରକୁ ଆସିବାକୁ ଅନୁରୋଧ କରାଯାଉଛି । ଏହି ପରିପ୍ରେକ୍ଷୀରେ ତା୧୨/୦୫/୨୧ରେ ଆଏ ବିଲଡିଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୋନପୁର, ବିନିକା-ସିଏଚସି, ବିରମହାରକ୍ଷଜପୁର-ଏସଡିଏଚ, ଏମ୍‌ସିଏଚ୍‌ ବିଲ୍ଡିଂ ଡୁଙ୍ଗୁରିପାଲି-ସିଏଚସି, ଉଲୁଣ୍ଡା-ସିଏଚସି, ନାଇକେନପାଲି-ସିଏଚସି ଓ ତରଭା-ସିଏଚସି ରେ ଟୀକାକରଣ ଚାଲୁ ରହିବ । ଏହି ଟୀକାକରଣ ସକାଳ ୦୮ ରୁ ଅପରାହ୍ନ ୧୨ ଘଂ ଓ ଅପରାହ୍ନ ୦୩ ରୁ ସନ୍ଧ୍ୟା ୦୬ ଘଣ୍ଟା ପର୍ୟ୍ୟନ୍ତ ଚାଲୁ ରହିବ । ବର୍ତ୍ତମାନ ଦ୍ଵିତୀୟ ଡୋଜ ଟୀକାକରଣ ସାମୟିକ ଭାବେ ଚାଲୁ ରହିଥିବାବେଳେ, ଆବଶ୍ୟକ ନିର୍ଦେଶ ପରେ ପ୍ରଥମ ଡୋଜ ଟୀକାକରଣ ନିମନ୍ତେ ବ୍ୟବସ୍ଥା କରାଯିବ ।

Leave A Reply

Your email address will not be published.

one × 1 =