om academy

ପାଟଣାଗଡ଼ରେ ବ୍ଲକ ସ୍ତରୀୟ ଅଧିକାରୀ ଓ ସରପଞ୍ଚମାନଙ୍କୁ ନେଇ ସମସ୍ୟା ଓ ସମାଧାନ ଉପରେ ସମନ୍ୱିତ ବୈଠକ

jsm

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ବ୍ଲକସ୍ତରୀୟ ସମସ୍ୟା ଓ ତା’ର ସମାଧାନ ଉପରେ ଏକ ସମନ୍ୱିତ ବୈଠକ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକରେ ଥିବା ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ସମନ୍ୱିତ ବୈଠକରେ ସମସ୍ୟା ଓ ଏହାର ସମାଧାନ ଉପରେ ଆଲୋଚନା କରାଯାଇଥିଲା । ଯୋଗାଣ, ପାନୀୟ ଜଳ, ବିଦ୍ୟୁତ ସହ ଗାଁ ଗୁଡ଼ିକର ଅନ୍ୟାନ୍ୟ ସମସ୍ୟା ଗୁଡିକ ଉପରେ ବିସ୍ତୃତ ଭାବରେ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇଥିଲା । କିପରି ଭାବରେ ସରପଞ୍ଚମାନେ ଗାଁକୁ ଗାଁ ବୁଲି ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଦେବା ପାଇଁ ଉପଜିଲ୍ଲାପାଳ ଶ୍ରୀ ସେଠି ସରପଞ୍ଚମାନଙ୍କୁ ପରାମର୍ଶ ଦେଇଥିଲେ । ଗାଁ ଗୁଡିକରେ ବିଭିନ୍ନ ସ୍ତରରେ କମିଟି ଗଠନ କରି ଲୋକଙ୍କ ସମସ୍ୟାକୁ କିପରି ଦୂରିକରଣ କରି ହେବ ତା’ର ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ପରେ ବ୍ଲକର ସମସ୍ତ ବିଭାଗର ଅଧିକାରୀ ପଞ୍ଚାୟତ କାର୍ଯ୍ୟନିର୍ବାହି ଅଧିକାରୀ, ଯୋଗାଣ ସହାୟକ/ ସହାୟିକାମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ସହ ଅନ୍ୟାନ୍ୟ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ନେଇ କିପରି ଭାବରେ ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରିବ ଏବଂ ସମସ୍ୟା ସମାଧାନ ହୋଇପାରିବ ସେନେଇ ଗୁରୁତ୍ୱାରୋପ କରିବା ସହ ତାର ସମାଧାନ ବାଟ ଉପରେ ଉପଜିଲ୍ଲାପାଳ ଶ୍ରୀ ସେଠି ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ ବ୍ଲକ ଅଧ୍ୟକ୍ଷ ନିଳକାନ୍ତ ବାଗ, ବିଡିଓ ପ୍ରଭାତ ସାହୁ, ଉପଖଣ୍ଡ ବିଦ୍ୟୁତ ବିଭାଗ ଅଧିକାରୀ ଦେବଦତ୍ତ ମହାପାତ୍ର, ଜିପିଓ ନିଳକଣ୍ଠ କାଲସାଏ, ଉପଖଣ୍ଡ ପଞ୍ଚାୟତ ଅଧିକାରୀ ସରୋଜ ମେହେର, ଆରଡବ୍ଳୁଏସ୍‌ଏସ୍‌ ଜେଇ ଦିବ୍ୟଲୋଚନ ମାଝି, ଉପଖଣ୍ଡ ଯୋଗାଣ ଅଧିକାରୀ ମାୟାଧର ସାହୁ, ଉପଖଣ୍ଡ ଲୋକ ସୂଚନା ଅଧିକାରୀ ସଞ୍ଜିବ ମହାନ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.

twenty + 17 =