ଲିଙ୍ଗ ଭିତ୍ତିକ ହିଂସା ରୋକିବା ପାଇଁ ସମୂହ ଶପଥ ପାଠ : ୧୬ ଦିନର କାର୍ୟ୍ୟକ୍ରମ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ମହିଳାମାନଙ୍କ ଉପରେ ହେଉଥିବା ଘରୋଇ ହିଂସା ଦୂରୀକରଣ ନିମନ୍ତେ ଲୋକ ଉନ୍ନତି ସଂଗଠନ ବଲାଙ୍ଗିର ଜିଲ୍ଲାରେ ବଲାଙ୍ଗିର ବ୍ଳକ ଶିବତଲ୍ ଆଡେନ୍‌ ଡ଼ୁଙ୍ଗୁରୀ ଗ୍ରାମର ମହିଳାମାନଙ୍କୁ ନେଇ ଏକ ଜନ ସଚତନତା କାର୍ଯ୍ୟକ୍ରମ କରାଯାଇଥିଲା । ମହିଳାମାନଙ୍କ ସାମାଜିକ ଓ ଆଇନ୍ ଗତ ସୁରକ୍ଷା ସହ ସେମାନଙ୍କ ସମ୍ମାନ ଅଧିକାର ସହ ସଚେତନତା କରାଯାଇଥିଲା । ସମାଜରେ ଲିଙ୍ଗଗତ ହିଂସାକୁ ଅନ୍ତ କରିବା ନିମନ୍ତେ ପଦକ୍ଷେପା ନେବାକୁ ମହିଳା ମାନେ ଶପଥ କରିଥିଲେ । କାର୍ଯ୍ୟକ୍ରମରେ ସଂଗଠନର କର୍ୟ୍ୟକର୍ତ୍ତା ସ୍ଵର୍ଣ୍ଣଲତା ନାୟକ, ଅଙ୍ଗନବାଡ଼ି, ସିଆରପି ଏବଂ ମହିଳାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.