csstore

କୁମାର ଉତ୍ସବ- ୨୦୨୨ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅଣ୍ଡା ଗ୍ରାମ ସ୍ଥିତ ବନମାଳୀପୁର ଗ୍ରାମରେ ମା’ ମଙ୍ଗଳା ପୂଜା କମିଟି ପକ୍ଷରୁ କୁମାର ଉତ୍ସବ ଅବସରରେ କୁମାରୀମାନେ ବଡ଼ ଧୁମ୍‌ଧାମ୍‌ରେ ନାଚ, ଗୀତ, ପୁଚି ଖେଳ, କୁମାର ପୂର୍ଣ୍ଣିମା ପାଳନ କରିଛନ୍ତି । ମୁଖ୍ୟ ଅତିଥି ସରପଞ୍ଚ ଶ୍ରୀମତୀ ରଶ୍ମିତା ବ୍ରହ୍ମା, ସମ୍ମାନିତ ଅତିଥି ପ୍ରତିମା କାଳିଆ, ସହ ଅତିଥି ପ୍ରଧାନ ଶିକ୍ଷକ ଗଣେଶ ପୃଷ୍ଟି, ପ୍ରତାପ କୁମାର ବ୍ରହ୍ମା, ନିତ୍ୟନନ୍ଦ ସାହୁ ହରେକୃଷ୍ଣ ଚମ୍ପତି, ରବୀନ୍ଦ୍ର କୁମାର ପ୍ରଧାନ, ବିଜୟ କୁମାର ବରାଳ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ । ମୁଖ୍ୟ ଅତିଥି କହିଥିଲେ, ଏ ଉତ୍ସବରେ ମୁଁ ସାମିଲ ହୋଇଥିବାରୁ ବହୁତ ଖୁସି ଲାଗିଲା ଏବଂ ଏହା ଅତି ସୁନ୍ଦର ଭାବେ ଆୟୋଜନ କରାଯାଇଅଛି, ଏଥି ପ୍ରତି ମୋର ସଂପୂର୍ଣ୍ଣ ସହଯୋଗ ରହିବ । ମଞ୍ଚ ପରିଚାଳନା କରିଥିଲେ ପବିତ୍ର କୁମାର ବରାଳ, ଗଦାଧର ସାମନ୍ତରାୟ, ଏଥି ସହିତ ସଂଯୋଜିକା ଶ୍ରୀମତୀ ବିରୋଜିନୀ ସାମନ୍ତରାୟ ସହିତ ନର୍ମଦା ବଳିୟାରସିଂହ, ସୁନିତା ପୃଷ୍ଟି ଆୟୋଜନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ପୂଜା ସାହୁ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ ସହଯୋଗ କରିଥିଲେ । ପରିଶେଷରେ ସଂଯୋଜିକା ଧନ୍ୟବାଦ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.