pakka

ପାଟଣାଗଡ଼ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଜିଲ୍ଲାସ୍ତରୀୟ ସାରସ୍ୱତ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ

bbehera

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ରାମଜୀ ଛକ ସ୍ଥିତ ମାରୱାଡି ଧର୍ମଶାଳା ଠାରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଜିଲ୍ଲାସ୍ତରୀୟ ସାରସ୍ୱତ ଆଲୋଚନାଚକ୍ର ଓ କବିତା ପାଠ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସାରଳା ସାହିତ୍ୟ ସଂସଦ କଟକର ପ୍ରତିଷ୍ଠାତା ଓ ସଭାପତି ଡ଼. ଇଂ ପ୍ରଭାକର ସ୍ୱାଇଁ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଡ଼ ରଞ୍ଜିତା ନାୟକ, ସଭାମୁଖ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ଡ଼ ସଂଗ୍ରାମ ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜବାହାରଲାଲା ମହାବିଦ୍ୟାଳୟ ପାଟଣାଗଡର ଅଧ୍ୟକ୍ଷ ଡ଼. ଦେବରାଜ ମିଶ୍ର, ଅଧ୍ୟାପକ ଅରୁଣ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ । ଦିନ ୧୧ଟା ସମୟରେ ଦୀପ ପ୍ରଜ୍ଜ୍ୱଳନ ସହ ପ୍ରାରମ୍ଭିକ ସଂଗୀତ ଗାନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଓଡ଼ିଶା ସାହିତ୍ୟ ଏକାଡେମୀ ବଲାଙ୍ଗିର ସଦସ୍ୟା ଡ଼. ଜ୍ୟୋର୍ତିମୟୀ ସାହୁ ସ୍ଵାଗତ ଭାଷଣ ଦେଇଥିବା ବେଳେ ଆଇନଜୀବୀ ତଥା କବି ଆଶିଷ କୁମାର ଚନ୍ଦନ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରେ ନିମନ୍ତ୍ରିତ ଅତିଥିମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହ ‘କବିତା -କିଛି କଥା -କିଛି ବ୍ୟଥା’ ଉପରେ ଏକ ଆଲୋଚନାଚକ୍ର କବି ଭାଗିରଥି ମିଶ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନାଚକ୍ରରେ ଯୁବ ପିଢି କିପରି ସାହିତ୍ୟ ପ୍ରତି ଆଗ୍ରହ ପ୍ରକାଶ କରିବେ ସେନେଇ ତାଙ୍କ କବିତା ମାଧ୍ୟମରେ ମୁଖ୍ୟବକ୍ତା ଶ୍ରୀମତୀ ଡ଼. ନାୟକ କହିଥିଲେ । ପଶ୍ଚିମାଞ୍ଚଳର ତଥା ପାଟଣାଗଡ ବୀର ମାଟିରେ ସନ୍ଥକବି ଭୀମଭୋଇ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଭଳି ଅନେକ ମହାନ କବି ଜନ୍ମ ନେଇ ତାଙ୍କ ସାହିତ୍ୟ ସାଧନା ସହିତ ସନ୍ଥକବି ମାନବ ସମାଜକୁ ତାଙ୍କ ଉଦୃତ କବିତା ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ବୋଲି କହିବା ସହ ସମାଜ ନାରୀମାନଙ୍କୁ ସମ୍ମାନ ଦେବା ଉପରେ ସଭା ମୁଖ୍ୟ ଡ଼. ଜେନା ନିଜ ବକ୍ତବ୍ୟରେ କହିଥିଲେ । କବି ତାର କବିତା ରସ ଆସ୍ୱାଦନାର କ୍ଷମତା ବଢାଇଥାଏ ଋଦ୍ଧିମନ୍ତ ଲେଖନୀ ମାଧ୍ୟମରେ । ହେଲେ ବର୍ତ୍ତମାନ ସମୟରେ ଆସୁରିକ ଶକ୍ତି କବଳିତ କରିଛି ସତ୍ୟର ସ୍ଥାନରେ ଅସତ୍ୟର ବିଜୟ ହେଉଛି ବୋଲି ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ । ଅପରାହ୍ନ ଦୁଇଟାରେ ଆୟୋଜିତ କବିତା ପାଠ ମହୋତ୍ସବରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକ ସମେତ ପାଟଣାଗଡ଼ ଉପଖଣ୍ଡରୁ ୩୦ କବି ଅଂଶଗ୍ରହଣ କରି ନିଜ ନିଜ ସ୍ୱରଚିତ କବିତା ପାଠ କରିଥିଲେ । ଏଥିରେ କବି ସଂଯୁକ୍ତା ପରିଚ୍ଛା ଓ ସନ୍ଦିପ କୁଅଁର ସଭା ସଂଯୋଜନା କରିଥିବା ବେଳେ ଅଞ୍ଚଳର ଶତାଧିକ କବି ତଥା ସାହିତ୍ୟିକମାନେ ଯୋଗ ଦେଇଥିଲେ । କବି ଦିଲ୍ଲୀପ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

three × 1 =

error: Content is protected !!