csstore

ହୋଟେଲ ମାଲିକ ସଂଘର ସାଧାରଣ ପରିଷଦ ବୈଠକ ଓ ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର (ଦେବାଶିଷ ମିଶ୍ର) : ବଲାଙ୍ଗିର ହୋଟେଲ ମାଲିକ ସଂଘର ସାଧାରଣ ପରିଷଦ ବୈଠକ ଓ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ସ୍ଥାନୀୟ ସ୍ୱୟମ୍‌ ପ୍ୟାଲେସଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଜୟ ପୁରୋହିତଙ୍କ ସଭାପତିତ୍ୱ ଓ ସଂପାଦକ ରବି ରଞ୍ଜନ ପୁଝାରୀଙ୍କ ଆବହକତ୍ୱରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ସମ୍ବଲପୁରର ହୋଟେଲ ମାଲିକ ଆଶିଷ ପାଲିତ, ଜସବିର ସିଂ ହୁଡ୍ଡା ଓ ଶିବ ପାତ୍ର ସମ୍ମାନୀତ ଅତିଥି ରୁପେ ଯୋଗଦାନ କରିଥିଲେ । ବୈଠକରେ ଜିଲ୍ଲାର ପର୍ଯ୍ୟଟନର ବିକାଶ ଓ ଏଥିରେ ହୋଟେଲ ମାନଙ୍କର ଭୂମିକା ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଲାର ହୋଟେଲ ଗୁଡିକ କିପରି ଜିଲ୍ଲାରେ ପର୍ଯ୍ୟଟନକୁ ଆହୁରି ବୃଦ୍ଧି କରିପାରିବେ ତା ଉପରେ ଅନେକ ପ୍ରସ୍ତାବ ଦିଆଯାଇଥିଲା । ତା’ଛଡା ଜିଲ୍ଲାର ହୋଟେଲ ଗୁଡିକ ଭୋଗୁଥିବା ବିଦ୍ୟୁତ ସମସ୍ୟା ଓ ସମାଧାନ ଉପରେ ସବିଶେଷ ଗୁରୁତ୍ୱ ଦିଆଯାଇଥିଲା । ପରେ ପରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ରଙ୍ଗାରଙ୍ଗ କାର୍ଯକ୍ରମ ପ୍ରସ୍ତୁତ କରାଯାଇଥିଲା ଏଥିରେ ବଲାଙ୍ଗିର ଟିଟିଲାଗଡ, କଣ୍ଟାବାଞ୍ଜି ସମେତ ସୋନପୁର, ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାର ହୋଟେଲମାଲିକ ମାନେ ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲୋଟସ ଷଢଙ୍ଗି, ବିରେନ୍ଦ୍ର କୁମାର ମିଶ୍ର, ଜନ୍ମଜୟ ଭ୍ରମର, ନରେନ୍ଦ୍ର ସାହୁ, ରାମ ଦାଶ, ବିଶ୍ୱଜିତ ସାହୁ, ହେମନ୍ତ ମିଶ୍ର, ସିଦ୍ଧାର୍ଥ ମିଶ୍ର, ବୁଲୁ ପୁରୋହିତ, ମହାତ୍ମା ସାହୁ, ଅଭିଜିତ ପତି, ସନ୍ତୋଷ ଆଚାର୍ଯ୍ୟ, ପିଙ୍କୁ ହୋତା, ବିଶ୍ୱଜିତ ସାହୁ, ଧୁର୍ବ ଜୁଏଡ, ହରିଶ ରାଠୱାର, ପଙ୍କଜ ଅଗ୍ରୱାଲ,ବିଜୟ ବେହେରା, ଗୋପାଲ ଦାନୀ, ବିକି ଅଗ୍ରୱାଲ, ଅଭିଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଅଶୋକ ପାଢି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.