pakka

ଗୁଡଖାପଲାରେ ଯୁବକ ସଂଘ ଗଠନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୁଡ଼ଖାପଲା ପଞ୍ଚାୟତ ଗୁଡ଼ଖାପଲା(ବଡପଡ଼ା)ରେ ଯୁବକଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ପଡ଼ାର ସମସ୍ତ ଯୁବକ ଉପସ୍ଥିତ ଥିଲେ । ସଂଘରେ ସମୀର ସୁନା ସଭାପତି, ନେତ୍ର ସୁନା ଉପସଭାପତି, ଦଇତାରୀ ସୁନା ସମ୍ପାଦକ, ଅଜିତ ନାଗ ସହସମ୍ପାଦକ ଓ ପଞ୍ଚାନନ ଦୀପ କୋଷଧ୍ୟାକ୍ଷ ଭାବେ ମନୋନିତ ହୋଇଥିଲେ । କାର୍ଯ୍ୟକାରୀ କମିଟି ସଭ୍ୟ ଭାବେ ଉତ୍ତମ ସୁନା, ହେମରାଜ୍ ନାଗ, ସୁନିଲ ସୁନା, ଜିତେନ୍ଦ୍ର ନାଗ, ଜିତେନ୍ଦ୍ର କୁମ୍ଭାର, ଜୟନ୍ତ ନାଗ, ମନୋଜ ସୁନା ଓ ସୁମିତ ନାଗ ମନୋନୀତ ହୋଇଥିଲେ । କମିଟିରେ ଉମେଶ ନାଗ, ନବକିଶୋର ସୁନା, ଲକ୍ଷ୍ମଣ ସୁନା, ମୁକେଶ ମହାନନ୍ଦ, ସେବକାନ୍ତ ବାଗ, ରାହୁଲ ସୁନା, ଗିରିଧାରୀ ସୁନା, ସଦାଶିବ ଦୀପ, ସାଜନ୍ ନାଗ, ଅଜିତ ସୁନାଙ୍କୁ ଚୟନ କରାଯାଇଥିଲା । ପଡ଼ାର ପ୍ରତ୍ୟେକ ସାମୁହିକ କାର୍ଯ୍ୟକୁ ବହନ କରି ଠିକ୍ ଭାବେ ପରିଚାଳନା କରିବେ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି । ଶେଷରେ ସମୀର ସୁନା ଓ ଉତ୍ତମ ସୁନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

five × three =