pakka

ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟର ୨୦ତମ ଦିବସ

bbehera
  • ମହିଳା ଟୁର୍ଣ୍ଣାମେଣ୍ଟରେ ସିହିନି ଚମ୍ପିୟାନ
  • ଫାଇନାଲରେ ବିଏନ୍‌ଏଏ ଜରାସିଂହା ବନାମ ଏପିଜେ ଲୋଇସିଂହା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ ମହିଳା ଫୁଟବଲ ଫାଇନାଲ ଖେଳରେ ସିହିନି ମହିଳା ଦଳ ୧-୦ ଗୋଲରେ ସଇଁନ୍ତଲା ମହିଳା ଦଳକୁ ହରାଇ ଚମ୍ପିୟାନ ହୋଇଛନ୍ତି । ଫୁଟବଲ ଏସୋସିଏସନ ଅଫ୍‌ ଓଡିଶା କଟକ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ମୁଖ୍ୟ ଅତିଥି ଭାବେ ଓ ସମ୍ମାନିତ ଅତିଥି ଭାବେ ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ସଂସଦର ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ, ଲୋଇସିଂହାର ପୂର୍ବତନ ବିଧାୟକ ରମାକାନ୍ତ ସେଠ, ସଂସଦର କାଉନସିଲ ସଭ୍ୟ ଜୟରାମ ମିଶ୍ର, ବରିଷ୍ଠ ସଦସ୍ୟ ସୁଧିର ଚନ୍ଦ୍ର ପଣ୍ଡା, ଶାରିରିକ ଶିକ୍ଷା ନିରୀକ୍ଷକ ଅନ୍ତର୍ଯ୍ୟାମୀ ବିଶ୍ୱାଲ, ସଂସଦର ସଭ୍ୟା କସ୍ତୁରୀ ରଥ ଯୋଗ ଦେଇଥିଲେ । ଅତିଥିଗଣ ବିଜେତା ସିହିନି ଓ ଉପବିଜେତା ସଇଁନ୍ତଲା ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ରଂଜିତା ମିଶ୍ର, ହେମନ୍ତ ପ୍ରଧାନ ପ୍ରମୁଖଙ୍କ ଉପସ୍ଥିତିରେ ଫୁଟବଲ ସଂପାଦକ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଖେଳକୁ କୃଷ୍ଣମୟୀ ଭଏଁସଲ, ଲବ ସୁନାନି, ବିକି ବିଶି ଓ ଜିତୁ ଦଲେଇ ପରିଚାଳନା କରିଥିଲେ । ସେହିପରି ଦ୍ୱିତୀୟ ସେମିଫାଇନାଲ ଖେଳ ପଲ୍ଲିଶ୍ରୀ ଷ୍ଟଡିୟମ ସଦାଇପାଲିଠାରେ ଅନୁଷ୍ଠିତ ହୋଇଥିଲା । ବିଏନ୍‌ଏଏ ଜରାସିଂହା ୨-୦ ଗୋଲରେ ଅମାମୁଣ୍ଡା ଏଏ କୁ ହରାଇ ଫାଇନାଲକୁ ପ୍ରବେଶ କରିଛି । ପୂର୍ବତନ ଖେଳାଳି କପିଳେଶ୍ୱର ପାଣିଗ୍ରାହୀ ଓ କ୍ରିଡା ସଂସଦର ବରିଷ୍ଠ ସଦସ୍ୟ ଡା. ସିଦେ୍ଧଶ୍ୱର ମିଶ୍ର ଅତିଥି ଭାବରେ ଯୋଗ ଦେଇଥିଲେ । ରେଫରି ଭାବରେ ଦେବାଶିଷ ବାଗ, ଦେବରାଜ ନାହାକ, ଜଳନ୍ଧର ସାହୁ ଓ ନରସିଂସ୍ୱାମୀ ନାଇଡୁ ଖେଳକୁ ପରିଚାଳନା କରିଥିଲେ । ପୂର୍ବତନ ଖେଳାଳି ଶ୍ରୀକାନ୍ତ ରାଉତ, ସୁନିଲ ଚନ୍ଦ୍ର ବିଶ୍ୱାଲ, ନିଶାରକାନ୍ତ ନାଗ, କ୍ରୀଡା ସଂଗଠକ ଆଦିତ୍ୟ ପଟ୍ଟନାୟକ, ପ୍ରଦୀପ ମହାରଣା, ଅଶୋକ ପଧାନ, ସାନ୍ତନୁ ମିଶ୍ର, ବୁଲୁ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ୨୪ ତାରିଖ ଶନିବାର ଦିନ ଗାନ୍ଧୀ ଷ୍ଟାଡିୟମ ଠାରେ ବିଏନ୍‌ଏଏ ଜରାସିଂହା ବନାମ ଲୋଇସିଂହା ଏପିଜେ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହେବ ବୋଲି କ୍ରୀଡା ସଂସଦ ପକ୍ଷରୁ ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

17 + fourteen =

error: Content is protected !!