pakka

ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ବୃକ୍ଷ ରୋପଣ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ଭାଲେର ତଥା ଅନ୍ୟାନ୍ୟ ଗ୍ରାମାଂଚଳରେ ଅନୁଷ୍ଠିତ ହୋଇଯାଇଛି । ପରିବେଶକୁ ସନ୍ତୁଳିତ ରଖିବା ଏବଂ ଅଂଚଳକୁ ସବୁଜମୟ କରିବା ସହ ଯାଅ ଆସ କରୁଥିବା ପଥିକମାନଙ୍କ ଟିକିଏ ଛାଇ ଦେବା ପାଇଁ ଏହା ଏକ ଛୋଟ ପ୍ରୟାସ ବୋଲି ସଭାପତି ଶ୍ରୀ ମିଶ୍ର କହିଥିଲେ । ମଣ୍ଡଳର ବରିଷ୍ଠ ସଦସ୍ୟ ଧର୍ମବ୍ରତ ରଥ ୭୨ ବର୍ଷ ବୟସରେ ପ୍ରଥମ ଚାରା ଲଗାଇ ସମାଜକୁ ଏକ ବାର୍ତ୍ତା ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ଆକୁଳ ବେହେରା, ପ୍ରକୃତିବନ୍ଧୁ ନିଳମଣି ବିଶ୍ୱାଲ, ଦିବାକର ହୋତା ପ୍ରମୁଖ କୃଷ୍ଣଚୁଡା, ଦେବଦାରୁ, ଜାମୁ ଓ ଅନ୍ୟାନ୍ୟ ବୃକ୍ଷ ରୋପଣ କରିଥିଲେ । ହଲଦର ସା, ଦିଗାମ୍ବର ବରିହା ପ୍ରମୁଖ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

1 × 2 =

error: Content is protected !!