pakka

ବ୍ଲକସ୍ତରୀୟ ଚକ୍ଷୁ ପରୀକ୍ଷଣ ଶିବିର

bbehera

ବଲାଙ୍ଗିର/ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ପଂଚାୟତ ହାଇସ୍କୁଲ ପୁଇଁନ୍ତଲା ଠାରେ ବ୍ଲକସ୍ତରୀୟ ଚକ୍ଷୁ (ସୁନେତ୍ର) ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ପୁଇଁନ୍ତଲା ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନା ଯୋଗଦେଇ ଉଦ୍‌ଘାଟନ କରିଥିଲେ । ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ୬ ଗୋଟି କ୍ଲଷ୍ଟର ପୁଇଁନ୍ତଲା, ମଳମୁଣ୍ଡା, ବୁବେଲ, ବଇରାସର, କୁରେଭନା ଓ ଛତାମଖନାରୁ ୧୫୧ ଜଣ ଛାତ୍ରଛାତ୍ରୀ ଏହି ଶିବିରରେ ଯୋଗଦେଇ ଚକ୍ଷୁ ପରୀକ୍ଷଣ କରିଥିଲେ ଓ ତନ୍‌ ମଧ୍ୟରୁ ୪୨ ଜଣ ଛାତ୍ରଛାତ୍ରୀ ଚଷମା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଡା. କୈଳାସ ସାମଲ ଓ ଡା. ଉଷା ଦାଶ ଯୋଗଦେଇ ଚକ୍ଷୁ ପରୀକ୍ଷା କରିଥିଲେ । କାର୍ଯ୍ୟକ୍ରମରେ ପ୍ରଶାନ୍ତ ସରାଫ ଅର୍ନ୍ତନିବେଶୀ ଶିକ୍ଷା ସଂଯୋଜକ, ଅଳକା ଦାଶ, ସଂଯୁକ୍ତା ସାମଲ, ସିଆରସିସି, ଏବିଇଓ, ପଂଚାୟତ ହାଇସ୍କୁଲ ପୁଇଁନ୍ତଲାର ଶିକ୍ଷକ ଶିକ୍ଷୟତ୍ରୀ, ହିସାବ ରକ୍ଷକ ସୁଧାଂଶୁ ଶେଖର ପାତ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

9 − 1 =

error: Content is protected !!