pakka

ଆଜି ଆଇପିଏଲ ଫାଇନାଲ : ଟ୍ରଫି ପାଇଁ ଚେନ୍ନଇ-କୋଲକାତା ମୁହଁ ମୁହିଁ, କିଏ ଜିତିବ ଟ୍ରଫି ?

ଦୁବାଇ : ଶୁକ୍ରବାର ଦିନ ଆଇପିଏଲ ଟ୍ରଫି ଟକ୍କରରେ ଚେନ୍ନାଇ-କୋଲକାତା ମଧ୍ୟରେ ଦୁବାଇ ଷ୍ଟାଡିୟମରେ ମୁହାଁମୁହିଁ ହେବେ । ଲିଗ୍ ପର୍ଯ୍ୟାୟରେ ଚେନ୍ନାଇ ଶୀର୍ଷ ସ୍ଥାନରେ ଉନ୍ନୀତ ହୋଇ ପ୍ରଥମ କ୍ଵାଲି ଫାୟରରେ ଦିଲ୍ଲୀକୁ ହରାଇ ସିଧାସଳଖ ଫାଇନାଲରେ ପ୍ରବେଶ କରିଥିଲା । ଅନ୍ୟପଟେ କୋଲକାତା ଲିଗ୍ ପର୍ଯ୍ୟାୟରେ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହି ଏଲିମିନିଟରରେ ବାଙ୍ଗାଲୋରକୁ ହରାଇ ଦ୍ୱିତୀୟ କ୍ୱାଲିଫାୟରରେ ଦିଲ୍ଲୀକୁ ରୋମାଞ୍ଚକର ଭାବେ ହରାଇ ଫାଇନାଲରେ ପ୍ରବେଶ କରିଛି । ଶୁକ୍ରବାର ଦିନ ସନ୍ଧ୍ୟା ୭ଟାରେ ଟସ୍ ହେବାକୁ ଥିବା ବେଳେ ୭.୩୦ରେ ଚଳିତ ବର୍ଷ ଆଇପିଏଲର ଫାଇନାଲ ମ୍ୟାଚ ଆରମ୍ଭ ହେବ । ଚେନ୍ନାଇ ଚତୁର୍ଥ ଥର ପାଇଁ ଟ୍ରଫି ଜିତିବା ଲକ୍ଷ୍ୟରେ ରହିବ । ଅନ୍ୟପକ୍ଷରେ କୋଲକାତା ତୃତୀୟ ଥର ପାଇଁ ବିଜେତା ମୁକୁଟ ପିନ୍ଧିବାକୁ ଚେଷ୍ଟା କରିବ ।

Leave A Reply

Your email address will not be published.

1 × one =