pakka

ରାଉରକେଲାରେ ପୁଣି ଏକ ହତ୍ୟାକାଣ୍ଡ : ଧାରୁଆ ଅସ୍ତ୍ରରେ ଯୁବକର ଗଳା କାଟି କରାଯାଇଛି ହତ୍ୟା, ପରକ୍ରୀୟା ପ୍ରୀତି ସନ୍ଦେହ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉଲକେଲାରେ ଆଜି ପୁଣି ଏକ ହତ୍ୟାକାଣ୍ଡ ଘଟିଯାଇଛି । ଧାରୁଆ ଅସ୍ତ୍ରରେ ଯୁବକର ଗଳାକାଟି ହତ୍ୟା କରାଯାଇଥିବା ନେଇ ଅନୁମାନ କରାଯାଉଛି । ସୂଚନା ଅନୁସାରେ, ରାଉରକେଲା ସହରର ସେକ୍ଟର ୫ ଦୀପିକା ଇଂଲିଶ ମିଡିଅମ୍ ସ୍କୁଲ ପାଖ ଗିରି ବଗିଚାରେ ଏକ ୩୦/୩୨ବର୍ଷର ଯୁବକଙ୍କ ମୃତ ଦେହ ପଡିଥିବାର ଖବର ପାଇ ସେକ୍ଟର ୭ର ପୋଲିସ ଓ ପିସିଆର୍‌ ସେଠାରେ ପହଞ୍ଚିଥିଲେ ।

ମୃତ ଦେହକୁ ଚିହ୍ନଟ କରିବାର ବିଳମ୍ବ ହେଲେ ମଧ୍ୟ ପରେ ଜଣାପଡ଼ିଥିଲା ସେ ମନୁ ନାଗ ସେକ୍ଟର ୬ ମହିମା ଆଶ୍ରମ ବସ୍ତିର ବାସିନ୍ଦା ବୋଲି । ତେବେ ମୃତ ମନୁ ନାଗ ଗତକାଲି ସନ୍ଧ୍ୟାରୁ ଘରେ ନଥିବା ବେଳେ ପୋଲିସ ସାଇଣ୍ଟଫିକ ଟିମ୍ ଓ ଡଗ୍‌ ସ୍କ୍ୱାର୍ଡ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ମୃତ ମନୁ ନାଗଙ୍କ ପତ୍ନୀ ଏବଂ ତାଙ୍କ ମାଆ ସେଠାରେ ପହଞ୍ଚି ଏକ ଚାଂଚଲ୍ୟକର ବୟାନ ଦେଇଥିଲେ । ସେଇ ବୟାନକୁ ଆଧାର କରି ପୋଲିସ ତରଫରୁ କରାଯାଇଥିଲା ଅପରେସନ । ପରେ ସେହି ସେକ୍ଟର ୬ ମହିମା ବସ୍ତିର ଏକ ମଦବେପାରୀକୁ ଗିରଫ କରିଥିଲା ପୋଲିସ ।

ସୂଚନା ଅନୁଯାୟୀ ଗିରଫ ହୋଇଥିବା ମଦବେପାରୀର ପତ୍ନୀ ସହ ମନୁ ନାଗର ଅନୈତିକ ସମ୍ପର୍କ ଥିଲା ଏବଂ ମନୁ ଘରକୁ ଯାଇ ସେ ତାକୁ ରାସ୍ତାରୁ ସଫା କରି ଦେବ ବୋଲି ଧମକ ମଧ୍ୟ ଦେଇଥିଲା ମାସେ ତଳେ । ତେବେ ଏହି ଘଟଣାରେ ଉତ୍‌କ୍ଷିପ୍ତ ବସ୍ତିବାସୀ ବଲ ମନୁକୁ ଟାଣିଆଣି ମାଡ଼ ମାରି ପୋଲିସ ଜିମା ଦେଇଥିଲେ । ତା’ ସହିତ ଅନ୍ୟ ଘଟଣାର ସମ୍ପୃକ୍ତିକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ବୋଲି ଜଣାପଡିଛି ।

Leave A Reply

Your email address will not be published.

nineteen − ten =