pakka

ଗଣ୍ଡପାଲି ଠାରେ ବିଶ୍ଵ ହାତଧୁଆ ଦିବସ ପାଳିତ

bbehera

ଆଗଲପୁର, (ସୁଶିଲ କୁମାର ମିଶ୍ର) : ଆଜି ଆଗଲପୁର ବ୍ଳକର ଭରସୂଜା ଗ୍ରାମ ପଞ୍ଚାୟତର ଗଣ୍ଡପାଲି ଗ୍ରାମରେ ବିଶ୍ଵ ହାତ ଧୁଆ ଦିବସ ପାଳିତ ହୋଇଯାଇଛି । ବିକଳ୍ପ କଣ୍ଟାବାଞ୍ଜିର ଜିଲ୍ଲା ସଂଯୋଜକ ସୁଧାଂଶୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପଲ୍ଲୀ ଆଲୋକ ପାଠାଗାର ନଅଗାଁ-ଖର ସଂଯୋଜକ ଗୋବିନ୍ଦ ହାତ ଧୂଆ ଦିବସର ତାତ୍ପର୍ଯ୍ୟ ବିଷୟରେ କହିଥିଲେ ।

ପ୍ରହଲ୍ଲାଦ ହାତ ଧୁଆ କିପରି ହୁଏ ଓ କଣ ପାଇଁ ଦରକାର ନିଜେ ବତାଇଥିବା ବେଳେ ପିଣ୍ଟୁ ସେଲଫି, ସିଗ୍ନେଚର କେମ୍ପେନ୍‌ କରାଇଥିଲେ । ହାତ ଧୁଆ ହେଲା ଏକ ଅଭ୍ୟାସ ଯାହା ନିହାତି ଆବଶ୍ୟକ । ହାତଠାରୁ ଅନେକ ରୋଗ ହୋଇଥାଏ । ତେଣୁ ଖାଇବା ଆଗରୁ, ଶୌଚ ପରେ ହାତ ଧୋଇବା ନିହାତି ଆବଶ୍ୟକ ।

ହାତ ହିଁ ରୋଗର ବାହକ, କରୋନାର ସବୁଠାରୁ ମୂଖ୍ୟ ଚିକିତ୍ସା ହେଲା ହାତ ଧୂଆ । ବାରମ୍ଵାର ହାତ ଧୋଇବା ଫଳରେ ବାହାରର ରୋଗ ଦେହକୁ ଆସିନଥାଏ । ତେଣୁ ସମସ୍ତେ ନିୟମିତ ହାତ ୭ଟି ଷ୍ଟେପ୍ ଅନୁସାରେ ଧୋଇବା ଆବଶ୍ୟକ । ତେଣୁ ସମସ୍ତେ ନିୟମିତ ହାତ ଧୋଇବା ଓ ରୋଗରୁ ରକ୍ଷାପାଇବା । ସର୍ବ ଶେଷରେ ଅଙ୍ଗନୱ୍ଵାଡି କର୍ମୀ ପ୍ରଭାସିନୀ ସେଠ ଅନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

ten + 11 =