pakka

ଟ୍ରୁକଲରରେ ବଲାଙ୍ଗିର ଏସ.ପି.ଙ୍କ ଫେକ୍‌ ମୋବାଇଲ ନଂବରରେ ୩ଲକ୍ଷ ଟଙ୍କା ଦାବୀ : ଟଙ୍କା ନ ଦେଲେ ଜୀବନରେ ମାରିଦେବା ଧମକ, ୩ଜଣ କୋର୍ଟ ଚାଲାଣ, ଜଣେ ଫେରାର

bbehera

କଂଟାବାଂଜି, (ମନୀଷ କୁମାର ହଂସ) : ଟ୍ରୁକଲରରେ ବଲାଙ୍ଗିର ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ଫେକ୍‌ ନଂବରରେ ଜଣେ ବ୍ୟକ୍ତିଙ୍କୁ ୩ ଲକ୍ଷ ଟଙ୍କା ୪ ଜଣ ବ୍ୟକ୍ତି ଦାବୀ କରିବା ପରେ ପୋଲିସ ଦ୍ୱାରା ମୋବାଇଲ ଟ୍ରାକିଂଗରେ ୩ଜଣ ଗୁରୁବାର କୋର୍ଟ ଚାଲାଣ ହୋଇଥିବା ବେଳେ ଜଣେ ଫେରାର ମାରିଥିବା ପୋଲିସ ସୂତ୍ରରୁ ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଗତ ୭/୧୦/୨୦୨୧ ରାତି ଆଠଟାରେ ଚାରି ଜଣ ବ୍ୟକ୍ତି ସେମାନେ ହେଲେ ମାକରଚୁଆଁର ଆନନ୍ଦ ରଣା, ମହେଶ ବେହେରା, ମହାବିର କଲୋନି କଂଟାବାଂଜିର ରିସଭ ଅଗ୍ରୱାଲ ଓ ପ୍ରତିକ ଅଗ୍ରୱାଲ ଫେକ୍‌ ଫୋନ ନଂ.୯୮୨୭୬୫୯୫୩୭ରେ ପ୍ରେମଚନ୍ଦ ଅଗ୍ରୱାଲଙ୍କୁ ତାଙ୍କ ପୁଅ ୩ ଲକ୍ଷ ଟଙ୍କା ନେଇଛି ଯଥା ଶୀଘ୍ର ଆମ୍ଭଙ୍କୁ ଦିଅ ନଚେତ ଜୀବନରେ ମାରିଦେବୁ ବୋଲି ଫୋନରେ ଧମକ ଦେଇଥିଲେ । ଏହି ଫୋନ ପାଇଲା ପରେ ପ୍ରେମଚନ୍ଦ ଛାନବିନ୍‌ କରିବା ମଧ୍ୟରେ ଯାଣି ପାରି ନ ଥିଲେ ପରେ ଆସିଥିବା ଫୋନ ନଂବରଟି ବଲାଙ୍ଗିର ଏସ.ପି.ଙ୍କ ବୋଲି ଟ୍ରୁକଲରରେ ଦେଖିବାକୁ ମିଳିଥିବାରୁ ଗତ ୧୪.୧୦.୨୦୨୧ଦିନ ପ୍ରେମଚନ୍ଦ କଂଟାବାଂଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହା ଉପରେ ବଲାଙ୍ଗିର ଏସ.ପି. ଏବଂ କଂଟାବାଂଜି ପୋଲିସ ଫୋନ ନଂବରକୁ ଟ୍ରାକିଂଗ କରିବା ମଧ୍ୟରେ ଆନନ୍ଦ, ମହେଶ ଓ ରିସଭକୁ ଗିରଫ କରି ଗୁରୁବାର ଦିନ କଂଟାବାଂଜି ଥାନା କେସ ନଂ.୨୪୨/୨୦୨୧ ଦଫା ୩୮୪,୪୬୭,୫୦୬,୧୨୦(ବି) ଆଇ.ପି.ସି. ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ଅନ୍ୟ ଜଣେ ପ୍ରତିକ ଅଗ୍ରୱାଲ ଫେରାର ଥିବା ବେଳେ ୩ଜଣଙ୍କ ଜାମିନ ନ ହେବାରୁ ସ୍ଥାନୀୟ ସବ୍‌ ଜେଲ ହାଜତକୁ ପଠାଯାଇଛି ।

Leave A Reply

Your email address will not be published.

1 × 1 =